28.1 C
Bhubaneswar
Wednesday, February 4, 2026
Homeଓଡିଶା ଧର୍ମଶାଳା ଗଣ୍ଡଗୋଳ: ଧାରଣା ରାଜନୀତି

 ଧର୍ମଶାଳା ଗଣ୍ଡଗୋଳ: ଧାରଣା ରାଜନୀତି

ଭୁବନେଶ୍ୱର: ତେଜିଲା ହିମାଂଶୁ- ପ୍ରଣବ କଳି । ଧର୍ମଶାଳା ଗଣ୍ଡଗୋଳକୁ ନେଇ ଜୋର ଧରିଲା ରାଜନୀତି । କାଲି ରାତିରୁ ଧାରଣାରେ ବସିଛନ୍ତି ଉଭୟ ନେତାଙ୍କ ସମର୍ଥକ । ଭୁବନେଶ୍ୱରରେ ବିଜେଡି ଓ ଯାଜପୁରରେ ବିଜେପି ଧାରଣା ଦେଇ ବସିଛି। ଏନେଇ ଜେନାପୁର ଥାନା ଘେରିଛନ୍ତି ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକ । ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସ ଆଗରେ ବିଜେଡି ନେତା ଧାରଣାରେ ବସିଛନ୍ତି ।ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଉଭୟ ପକ୍ଷ ଧାରଣାରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ଅଭିଯୁକ୍ତ ମାନେ ଗିରଫ ହୋଇନାହନ୍ତି ସେପର୍ଯ୍ୟନ୍ତ ଅଫିସ ସାମ୍ନାରେ ଧାରଣାରେ ବସିବେ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ।ଗତକାଲି  ପ୍ରଣବ ବଳବନ୍ତରାୟଙ୍କ ସମର୍ଥକ ମାନେ ଏକ ଭୋଜିର ଆୟୋଜନ କରି, ଖାଉଥିବା ଅବସ୍ଥାରେ ଲିକୁ ସାହୁଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଜିତୁଙ୍କ ସମର୍ଥକ। ଏପରିକି ମହିଳାଙ୍କୁ ଖରାପ ଭାଷରେ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ବିଜେଡି ସମର୍ଥକ । ଏନେଇ ବିଜେଡି ୧୦୦ରୁ ଅଧିକ ଲିକୁ ସାହୁଙ୍କ ସମର୍ଥକଙ୍କ ନାଁରେ ଏତାଲା ଦେଇଛି ।  ବିଜେଡି କହିଛି, ଧର୍ମଶାଳାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking