17.1 C
Bhubaneswar
Wednesday, February 4, 2026
Homeଓଡିଶାସିଡ୍‌ନୀରେ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ସିଡ୍‌ନୀରେ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ସିଡ୍‌ନୀ: ସିଡ୍‌ନୀର ବଣ୍ଡି ବିଚ୍ରେ ହୋଇଥିବା ଗୁଳିକାଣ୍ଡ ଘଟଣା । ଏହି ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ରବିବାର ଦିନ ଇହୁଦୀ ପର୍ବ ହନୁକା ପାଳନ ସମୟରେ ଦୁଇ ଜଣ ଆତଙ୍କବାଦୀ ଆଖିବୁଜା ଗୁଳିମାଡ କରି ଆକ୍ରମଣ କରିଥିଲେ । ଗୁଳିକାଣ୍ଡରେ ଗତକାଲି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଥିଲା । ଏହି ଗୁଳିକାଣ୍ଡରେ ରାତାରାତି ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ସୂଚନା ଅନୁସାରେ, ଦୁଇ ବାପା ଏବଂ ପୁଅ ମିଶି ଏହି ଆକ୍ରମଣ କରିଥିଲେ । ନ୍ୟୁ ସାଉଥ୍ ୱେଲ୍ସ ପୋଲିସର ପାଲଟା ଜବାବରେ ଘଟଣାସ୍ଥଳରେ ୫୦ ବର୍ଷୀୟ ବାପା ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ୨୪ ବର୍ଷୀୟ ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଘଟଣା ପରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି । ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିବା ସହ ଇହୁଦୀମାନଙ୍କ ପ୍ରତି ଘୃଣାକୁ ମୂଳୋତ୍ପାଟନ କରିବା ପାଇଁ କହିଛନ୍ତି । ଆମେରିକା ରାଷ୍ଟ୍ରପତି ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ଏଫବିଆଇ ଅଷ୍ଟ୍ରେଲୀୟ ଏଜେନ୍ସିଗୁଡିକୁ ସହାୟତା ପ୍ରଦାନ କରିବାକୁ ଅଗେଇଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking