ଭୁବନେଶ୍ୱର: କିସ ଛାତ୍ର ମୃତ୍ୟୁ ଘଟଣାରେ ନିଜ ଆଡୁ ହେବ ମାମଲା । କହିଲେ ଓଏସସିପିସିଆର ଅଧ୍ୟକ୍ଷା ବବିତା ପାତ୍ର । ଛାତ୍ରଙ୍କର କେଉଁ ପରିସ୍ଥିତିରେ , କେଉଁ କାରଣରୁ ମୃତ୍ୟୁ ହେଲା ତାକୁ ନେଇ ପ୍ରଶ୍ନ ପଚାରିବୁ କହିଛନ୍ତି ଓଏସସିପିସିଆର ଅଧ୍ୟକ୍ଷ।। ସେ କହିଛନ୍ତି ଯେ, ପୋଷ୍ଟମର୍ଟମ ନକରି ମୃତଦେହ କିପରି ଦିଆଗଲା ସେନେଇ ବି ପ୍ରଶ୍ନ କରିବୁ । ଛାତ୍ରଙ୍କର ମୃତ୍ୟୁ ପରେ ଏହା ଅପମୃତ୍ୟୁ ମାମଲା ବୋଲି ରିପୋର୍ଟ ଥିଲା । କିନ୍ତୁ ବର୍ତ୍ତମାନ ଯାଏଁ ଆମ ପାଖରେ କୌଣସି ସଠିକ ରିପୋର୍ଟ ହସ୍ତଗତ ହୋଇନାହିଁ । ଛାତ୍ରଙ୍କର ମୃତ୍ୟୁ ଅପମୃତ୍ୟୁ ନା ହତ୍ୟା ତଦନ୍ତ ପରେ ପଦକ୍ଷେପ ନେବେ । ଯିଏ ବି ଦୋଷୀ ଦୃଢ କାର୍ଯ୍ୟାାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଓଏସସିପିସିଆର ଅଧ୍ୟକ୍ଷା । ସେ ଆହୁରି ମଧ୍ୟ କହିଛନ୍ତି, ଯେ ମୁଁ ନିଜେ କିସ ଯାଇ ପିଲାମାନେ କିଭଳି ସ୍ଥିତିରେ ରହୁଛନ୍ତି ଅନୁଧ୍ୟାନ କରିବି । ସେମାନଙ୍କର ଶିକ୍ଷା, ଶ୍ୱାସ୍ଥ୍ୟ , ଖାଦ୍ୟ କିପରି ଚାଲିଛି ତାହାର ବି ତଦନ୍ତ କରାଯିବ । ସୂଚନାଥାଉକି, କିଛି ଦିନ ତଳେ କିସରେ ନବନ ଶ୍ରେଣୀ ଛାତ୍ରର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।










