23.1 C
Bhubaneswar
Tuesday, February 3, 2026
Homeଓଡିଶାବିଜେଡିର ଦୋମୁହାଁ ନୀତି: ପବିତ୍ର ସାଉଁତା

ବିଜେଡିର ଦୋମୁହାଁ ନୀତି: ପବିତ୍ର ସାଉଁତା

ଭୁବନେଶ୍ୱର: ବର୍ଦ୍ଧିତ ଦରମାକୁ ନବୀନ ନନେବା ପ୍ରସଙ୍ଗକୁ ନେଇ ରାଜନୈତିକ ବୟାନବାଜି ତେଜିବାରେ ଲାଗିଛି । କଂଗ୍ରେସ ବିଧାୟକ ପବିତ୍ର ସାଉଁତାଙ୍କ ପ୍ରତିକ୍ରିୟା । ବିଧାୟକଙ୍କ ବର୍ଦ୍ଧିତ ଦରମା ବିଲ୍‌କୁ କାହିଁକି ସମର୍ଥନ କଲା ପଚାରିଛନ୍ତି ବିଧାୟକ ପବିତ୍ର ସାଉଁତା । ସେ କହିଛନ୍ତି ଯେ ବିରୋଧୀଦଳ ନେତା ବର୍ଦ୍ଧିତ ଦରମା ନ ନେବା ଘୋଷଣା ବିଜେଡିର ଦୋମୁହାଁ ନୀତି । ବିଜେଡି ସଦସ୍ୟ ଓ ବିରୋଧୀଦଳ ମୁଖ୍ୟ ସଚେତକ ବିଲକୁ ସମର୍ଥନ କରିଥିଲେ । ପଲିଟିକାଲ ଷ୍ଟଣ୍ଟ ପାଇଁ ଦରମା ନେବି ନାହିଁ ବୋଲି ନବୀନ କହୁଛନ୍ତି । ବିରୋଧୀଦଳ ନେତାଙ୍କ ପାଖରେ ଅପର୍ଯ୍ୟାପ୍ତ ସମ୍ପତ୍ତି ଅଛି । ସେ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବାପା ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ । ପୂର୍ବତନ ବିଧାୟକମାନଙ୍କ ପାଇଁ ବର୍ଦ୍ଧିତ ଦରମା ଏକ ବରଦାନ ସଦୃଶ । ନବୀନ ବାବୁ ଦୋମୁହାଁ ନୀତି ନ କରି ସରକାରଙ୍କୁ ସ୍ୱାଗତ କଲେ ଭଲ ହେବ । ତାଙ୍କ ଦଳ ନେତା କହୁଛନ୍ତି ଦରମା ବଢିବା ଠିକ୍‌, କାରଣ ପଇସା ନାହିଁ । ନବୀନ ଦଳ ଭିତରେ ପ୍ରଥମେ ଆଲୋଚନା କରି ସାମ୍ନାକୁ ଆସନ୍ତୁ ।

ବର୍ଦ୍ଧିତ ଦରମା ନ ନେବା, କେବଳ ରାଜନୀତି: କେଭି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking