20.1 C
Bhubaneswar
Wednesday, December 17, 2025
Homeଓଡିଶା୪୬ତମ ବାଣୀପୀଠ ମହୋତ୍ସବ ଆରମ୍ଭ

୪୬ତମ ବାଣୀପୀଠ ମହୋତ୍ସବ ଆରମ୍ଭ

ମୟୂରଭଞ୍ଜ: ସକାଳେ ଶୁଦ୍ଧପୁତ ଭାବେ ପିଲାମାନେ କବିତା ପତି ଓ ଲତିକା ସିଂହଙ୍କ ତତ୍ତ୍ଵାବଧାନରେ ବାଣୀମନ୍ଦିର ପୂଜା ଅର୍ଚ୍ଚନା କରିଥିଲେ l ମା’ନିଶାମଣୀ ରାଉତ ଅନୁଷ୍ଠାନିକ ଭାବେ ଜ୍ଞାନଜ୍ୟୋତି ପ୍ରଜ୍ଜଳନ କରି ଉତ୍ସବକୁ ଉଦଘାଟନ କରିଥିଲେ। ପରେ ପରେ ଦିପ୍ତିରେଖା ମହାକୁଡ଼, ସୋନାକ୍ସି ଦଣ୍ଡପାଟ ଓ ସୁଜାତା କରଙ୍କ ପରିଚାଳନାରେ ପିଲାମାନଙ୍କ ମଧ୍ୟରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଡାକ୍ତର ସନତ ଦାଶ ଓ କବିକଲ୍ଲୋଳ ଶିବଶଙ୍କର ଭୂୟାଁ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥିସହିତ ଜ୍ଞାନବିଜ୍ଞାନ ଓ ଶିଶୁମେଳା ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ଏହାକୁ ପ୍ରତ୍ୟକ୍ଷ ଭାବେ ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର କୁମାର ବାବୁଲି ପରିଚାଳନା କରିଥିଲେ। ବିଜ୍ଞାନ ମେଳାର ପର୍ଯ୍ୟବେକ୍ଷକ ଭାବେ ଡକ୍ଟର ସରୋଜ ନାୟକ ଓ ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ର ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ। ମୋଟ ୧୬୭ଟି ପ୍ରକଳ୍ପ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ବଡ଼ସାହି, ପ୍ରତାପପୁର, ସାନବେଲାକୁଟି ଓ ବିବେକାନନ୍ଦ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପିଲାମାନେ ପଦର୍ଶିତ କରିଥିଲେ।ଦିନ ୧୧ଟା ରେ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅବସରପ୍ରାପ୍ତ ଶିକ୍ଷକ ରଣଜିତ୍ କୁମାର ଦାସ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ଏସୋସିଏଟ୍ ପ୍ରଫେସର ଡକ୍ଟର ନବ କୁମାର ପଣ୍ଡା ଯୋଗଦାନ କରି ପିଲା ମାନଙ୍କ ଭିତରେ ଥିବା ବୈଜ୍ଞାନିକ ଚିନ୍ତାଧାରାକୁ ବିଜ୍ଞାନମେଳା ଉଜ୍ଜିବିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଡ଼ି.ଆର.ଡ଼ି.ଓର ବରିଷ୍ଠ ବୈଜ୍ଞାନିକ ଶୁଭାଶିଷ ମାର୍ଣ୍ଣି ଯୋଗଦାନ କରି ଶିମିଳିପାଳ ବଞ୍ଚିଲେ ଲକ୍ଷଲକ୍ଷ ବୈଜ୍ଞାନିକ ତାଙ୍କ ଲକ୍ଷକୁ ସଫଳ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଆଦରଣୀୟ ଅତିଥି ଭାବେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଦର୍ଶନ ପଣ୍ଡା, ସ୍ଵତନ୍ତ୍ରବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନଳିନୀକାନ୍ତ ଚୌଧୁରୀ ଓ ସମ୍ମାନୀତ ଅତିଥି ଭାବେ ବରିଷ୍ଟ ସମାଜସେବୀ ରାଜକିଶୋର ଆଚାର୍ଯ୍ୟ ଯୋଗଦାନ କରି ବିଜ୍ଞାନକୁ ଖରାପ ରାସ୍ତାରେ ବିନିଯୋଗ ନକରି ଜନସେବାରେ ବିନିଯୋଗ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ ଅନୁଷ୍ଠାନର ସଂଚାଳିକା ପୁହାଣ ସୂର୍ଯ୍ୟକାନ୍ତି ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking