25.1 C
Bhubaneswar
Saturday, March 21, 2026
Homeଓଡିଶାରାଜ୍ୟରେ ଫର୍ଟିଲାଇଜର ପ୍ଲାଣ୍ଟ ସ୍ଥାପନା ନେଇ ବୈଠକ

ରାଜ୍ୟରେ ଫର୍ଟିଲାଇଜର ପ୍ଲାଣ୍ଟ ସ୍ଥାପନା ନେଇ ବୈଠକ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ରାଜ୍ୟରେ ସାର ଉତ୍ପାଦନ ନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା ମଧ୍ୟ ଉପସ୍ଥିତ ଥିଲେ ।

ଓଡ଼ିଶାର କୃଷି କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ହୋଇଥିବା ଏବଂ ଚାଷ ପ୍ରତି ଯୁବପିଢ଼ି ଅନୁଗାମୀ ହୋଇଥିବା କାରଣରୁ କୃଷି ଉଦ୍ୟୋଗୀ ମଧ୍ୟ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଓଡ଼ିଶା ସରକାରଙ୍କ ସହଜ ଓ ନିବେଶମୁଖୀ ନୀତି ଯୋଗୁଁ ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା । ଏହି ପରିପ୍ରେକ୍ଷୀରେ ଇଣ୍ଟରନ୍ୟାସନାଲ ଫର୍ଟିଲାଇଜର ଡେଭଲପମେଣ୍ଟ ସେଣ୍ଟର ମଧ୍ୟ ଓଡ଼ିଶାରେ ନିଜର ପ୍ଲାଣ୍ଟ ସ୍ଥାପନ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ଏଥିପାଇଁ ଓଡ଼ିଶା ସରକାରଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି ।ଓଡ଼ିଶା ସରକାରଙ୍କ ତରଫରୁ ଚାଷୀଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବାରୁ ବହୁ ଲୋକ ଏବେ ଚାଷକୁ ଆପଣେଇଲେଣି । ଅଣ ଧାନ ଫସଲ ଗୁଡ଼ିକ ମଧ୍ୟ ଖରିଫରେ ଧାନ ଫସଲ କରୁଛନ୍ତି । ତଦନୁଯାୟୀ, ବିଶେଷ କରି ଖରିଫ ଫସଲ ସମୟରେ ସାରର ଆବଶ୍ୟକ ବିଶେଷ ଭାବେ ବୃଦ୍ଧି ପାଇଥାଏ । ଏହାର ସ୍ଥାୟୀ ସମାଧାନ ନିମନ୍ତେ ବିଭାଗ ପକ୍ଷରୁ ଅଧିକ ପ୍ଲାଣ୍ଟ ସ୍ଥାପନା ନେଇ ଆଲୋଚନା ଚାଲିଛି । ଯଦ୍ବାରା ରାଜ୍ୟରେ ଚାଷ ପାଇଁ ସାରର ଅଭାବ ପରିଲକ୍ଷିତ ହେବ ନାହିଁ ଏବଂ ବଣ୍ଟନ ମଧ୍ୟ ସୁଚାରୁରୂପେ ହୋଇପାରିବ। ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ବୈଠକରେ ମଧ୍ୟ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking