33.1 C
Bhubaneswar
Sunday, February 22, 2026
Homeଓଡିଶା୧୭ ମାସରେ ୩୭,୯୧୬ ନିଯୁକ୍ତି

୧୭ ମାସରେ ୩୭,୯୧୬ ନିଯୁକ୍ତି

ଭୁବନେଶ୍ୱର: ବିଜେପି ସରକାରରେ ୧୭ ମାସରେ ୩୭,୯୧୬ ଜଣଙ୍କୁ ମିଳିଛି ନିଯୁକ୍ତି। ଏନେଇ ଭୁବନେଶ୍ୱରର ଓୟୁଏଟିର ଓଡ଼ିଶା କୃଷି ଶିକ୍ଷା ସଦନରେ ଆୟୋଜିତ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତ୍ରୟୋଦଶ ନିଯୁକ୍ତି ମେଳାରେ ୩ ବିଭାଗରେ ୫୯୧ ଜଣଙ୍କୁ ନିଯୁକ୍ତି ମିଳିଛି। ୫ ବର୍ଷରେ ଦେଢ ଲକ୍ଷ ସରକାରୀ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲୁ। ନିଯୁକ୍ତି ବୃଦ୍ଧି ପାଇଁ ସରକାର ଏ ଦିଗରେ କାର୍ଯ୍ୟ କରୁଛନ୍ତି। ପ୍ରଥମ ୨ ବର୍ଷରେ ୬୫ ହଜାର ନିଯୁକ୍ତି ଦେବା ପାଇଁ ଟାର୍ଗେଟ ରଖାଯାଇଛି। ଏହା ସହ ପୂର୍ବ ସରକାରକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାରରେ ନିୟମିତ ନିଯୁକ୍ତି ଦିଆଯାଉ ନଥିଲା। ଯେଉଁ ଅଧିକାରୀଙ୍କ କାର୍ଯ୍ୟକାଳ ସରୁଥିଲା, ପୂରଣ କରାଯାଉ ନଥିଲା। କେତେକଙ୍କୁ ଠିକା କର୍ମଚାରୀ ଭାବେ ରଖି କାମ ଚଳାଇ ନେଉଥିଲେ।

ନିୟମିତ କର୍ମଚାରୀ ନ ଥିବାରୁ ବଜେଟ୍ ଖର୍ଚ୍ଚ ହୋଇ ପାରୁ ନ ଥିଲା। ଆଉଟସୋର୍ସିଂ କର୍ମଚାରୀ ରହିଲେ ତଥ୍ୟ ବାହାରକୁ ଯିବା ଆଶଙ୍କା ରହୁଛି। ଏହି ନିଯୁକ୍ତି ମେଳାରେ ଜଳସମ୍ପଦ ବିଭାଗର ୨୫୨ ଜଣ, ପୂର୍ତ୍ତ ବିଭାଗର ୧୯୭ ଜଣ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ୧୪୨ ଜଣ ପ୍ରାର୍ଥୀ ସାମିଲ ଥିଲେ। ଏହି କାର୍ଯ୍ୟକ୍ରମ ସମୟରେ, ମୁଖ୍ୟମନ୍ତ୍ରୀ ₹୪୨୫ କୋଟି ଟଙ୍କାର ଏକ ନୂତନ ଜଳସେଚନ ପ୍ରକଳ୍ପର ଉଦଘାଟନ କରିଥିଲେ ଏବଂ ₹୨,୦୬୩ କୋଟି ଟଙ୍କାର ଏକ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ସମାରୋହଗୁଡ଼ିକ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking