ନୂଆଦିଲ୍ଲୀ: ଦ୍ୱିପାକ୍ଷିକ ଆଲୋଚନା ପରେ ମୋଦି- ପୁଟିନ ମିଳିତ ପ୍ରେସ ବିବୃତି ଜାରି କରିଛନ୍ତି । ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏମଓୟୁ ନେଇ ସୂଚନା ଜାରି କରାଯାଇଛି ।୨୩ତମ ଶିଖର ସମ୍ମିଳନୀ ନେଇ ମୋଦି ବଡ ସୂଚନା ଦେଇଛନ୍ତି । ଭାରତ ପ୍ରତି ପୁଟିନଙ୍କ ମିତ୍ରରା ନେଇ ବଧେଇ ଜଣାଇଲେ । ୨୫ ବର୍ଷ ତଳେ ଷ୍ଟ୍ରାଟେଜିକ ପାର୍ଟନର ପୁଟିନ ଆରମ୍ଭ କରିଥିଲେ । ଭାରତ- ଋଷିଆ ସମ୍ପର୍କ ଧ୍ରୁବତାରା ସଦୃଶ । ସବୁ ପରିସ୍ଥିତିରେ ତାଙ୍କର ନେତୃତ୍ୱ ଆମର ସମ୍ପର୍କକୁ ନୂଆ ଉଚ୍ଚତାକୁ ନେଇଛି । ଗଭୀର ବନ୍ଧୁତ୍ୱ ଭାରତ ପ୍ରତି ଅବିଚଳ ପ୍ରତିବଦ୍ଧତା ପାଇଁ କୃତଜ୍ଞତା ଜଣାଇଛନ୍ତି ମୋଦି । ଆର୍ଥିକ ସହଭାଗିତା ନେଇ ସହମତି ହୋଇଛି କହିଲେ । ୨୦୩୦ ପର୍ଯ୍ୟନ୍ତ ଇକୋନମିକ କୋପରେସନ ପାର୍ଟନର ନେଇ ସହମତି ହୋଇଛି । ଆତଙ୍କବାଦ ବିରୋଧରେ ଲଢେଇ ଜାରି ରହିବ କହିଛନ୍ତି ମୋଦୀ । ୟୁକ୍ରେନକୁ ନେଇ ଆମର ଶାନ୍ତି ଉଦ୍ୟମ ପୂର୍ବପରି ଜାରି ରହିବ । କାଲମିକିଆ ବୌଦ୍ଧ ସମ୍ମିଳନୀରେ ଲକ୍ଷାଧିକ ଭକ୍ତ ଆଶୀର୍ବାଦ ନେଇଥିଲେ । ଭଗବାନ ବୁଦ୍ଧଙ୍କ ପବିତ୍ର ଆଶୀର୍ବାଦ ଲାଭ କରିଥିଲେ ଭକ୍ତ । ରୁଷିଆ ନାଗରିକଙ୍କ ପାଇଁ ଏକ ମାଗଣା ୩୦ ଦିନିଆ ଇ- ଟୁରିଷ୍ଟ ଭିସା କରିବୁ । ୩୦ ଦିନିଆ ଗ୍ରୁପ ଟୁରିଷ୍ଟ ଭିସା ଆରମ୍ଭ କରିବାକୁ ଯାଉଛୁ ।










