25.1 C
Bhubaneswar
Friday, March 6, 2026
Homeଓଡିଶାସୁରକ୍ଷା ଅଧିକାରୀଙ୍କ ଦୁର୍ଘଟଣା ପ୍ରତିରୋଧରେ ମୁଖ୍ୟ ଭୂମିକା" ସମ୍ବନ୍ଧିତ ବୈଷୟିକ ପ୍ରଶିକ୍ଷଣ''

ସୁରକ୍ଷା ଅଧିକାରୀଙ୍କ ଦୁର୍ଘଟଣା ପ୍ରତିରୋଧରେ ମୁଖ୍ୟ ଭୂମିକା” ସମ୍ବନ୍ଧିତ ବୈଷୟିକ ପ୍ରଶିକ୍ଷଣ”

ଭୁବନେଶ୍ଵର: ରାଜ୍ୟରେ କାରଖାନାମାନଙ୍କର ସୁରକ୍ଷିତ କାର୍ଯ୍ୟସ୍ଥଳୀ ଏବଂ ଶ୍ରମିକ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଇ ଆସୁଥୁବାରୁ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅନୁମୋଦନକ୍ରମେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ସୁରକ୍ଷା ଅଧିକାରୀମାନଙ୍କ ନିମନ୍ତେ ବିଭିନ୍ନ ସୁରକ୍ଷା ବିଷୟରେ ତାଲିମ କାର୍ଯ୍ୟକ୍ରମମାନ ସଂଗଠିତ ହେଉଛି, ଯାହା ଦୁର୍ଘଟନା ପ୍ରତିରୋଧକୁ ସୁଦୃଢ଼ କରୁଛି।ଏହି କ୍ରମରେ, ତା.୦୩.୧୨.୨୦୨୫ ତାରିଖରେ ରାଜ୍ୟ ଶ୍ରମ ପ୍ରତିଷ୍ଠାନର ଆନୁକୂଲ୍ୟରେ ସେହି ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ “ନିରାପତ୍ତା ଅଧିକାରୀଙ୍କ ଦୁର୍ଘଟନା ପ୍ରତିରୋଧରେ ମୁଖ୍ୟ ଭୂମିକା” ବିଷୟରେ ଏକ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା ଆୟୋଜିତ ହୋଇଥିଲା । ଏହି କର୍ମଶାଳାର ଦ୍ଵିତୀୟ ଦଫା ଗତ ତା.୦୫.୧୨.୨୦୨୫ ରିଖରେ ଅନ୍ୟ ୫୪ ଜଣ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ସଫଳତାପୂର୍ବକ ସମାପ୍ତ ହୋଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସୁରକ୍ଷା ଅଧିକାରୀଙ୍କୁ ବିପଦ ସନ୍ଧାନ ଓ ଦୁର୍ଘଟନା ପ୍ରତିରୋଧ ସହିତ ସୁରକ୍ଷିତ କାର୍ଯ୍ୟ ପଦ୍ଧତି ଅନୁପାଳନରେ ସକ୍ରିୟ କରାଇବା |

ମୁଖ୍ୟ ଅତିଥି ଭାବେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ (ସୁରକ୍ଷା), ଡଃ ମଳୟ କୁମାର ପ୍ରଧାନ ଯୋଗ ଦେଇଥିଲେ। ଶ୍ରୀ ପ୍ରଧାନ ତାଙ୍କ ଗୁରୁତ୍ବପୂର୍ଣ ଉଦବୋଧନରେ କହିଥିଲେ ଯେ, “ସୁରକ୍ଷା କେବଳ ଏକ ନୀତି ନୁହେଁ, ବରଂ ସତର୍କତା ଓ ସଂଗଠିତ ପ୍ରୟାସର ଫଳ। ସୁରକ୍ଷା ଅଧିକାରୀମାନେ କାର୍ଯ୍ୟସ୍ଥଳରେ ବିପଦ ଚିହ୍ନଟ କରି, କର୍ମଚାରୀଙ୍କୁ ସଚେତନ କରିବା, ସୁରକ୍ଷା ପଦ୍ଧତି ଅନୁସରଣ କରାଇବା ଓ ଘଟଣା ଘଟିଲେ ତତ୍କାଳ ପଦକ୍ଷେପ ଗ୍ରହଣ କରିବାରେ ସକ୍ରିୟ ଭୂମିକା ନିବାହ କରନ୍ତି I ଏହିଭଳି ପ୍ରୟାସ କାର୍ଯ୍ୟାଳୟକୁ ସୁରକ୍ଷିତ, କାର୍ଯ୍ୟକ୍ଷମ ଓ ପ୍ରଭାବଶାଳୀ କରିଥାଏ।”ସଭାରେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ସହନିର୍ଦ୍ଦେଶକ ଶ୍ରୀ ଅନିଲ୍ କୁମାର ନନ୍ଦ, ଶ୍ରୀ ଉପେନ୍ଦ୍ର ପ୍ରସାଦ ଯାଦବ, ହେଡ୍ ସୁରକ୍ଷା – ଟାଟା ଷ୍ଟିଲ୍ ଲିମିଟେଡ୍(ମେରାମଣ୍ଡଳି), ଶ୍ରୀ ଅନନ୍ତ ଜେ. ଭେଙ୍ଗେ, ଡେପୁଟି ଜେନେରାଲ୍ ମ୍ୟାନେଜର୍ (F & s) ଆଇ.ଓ.ସି.ଏଲ୍ – ପାରାଦୀପ ରିଫାଇନେରୀ ଏବଂ ବିଭିନ୍ନ ବିଭାଗର ଅନ୍ୟାନ୍ୟ ସଦସ୍ୟମାନେ ଯୋଗଦେଇଥିଲେ। ସେମାନେ କାରଖାନାଗୁଡିକରେ ସୁରକ୍ଷା, ନିରାପଦ କାର୍ଯ୍ୟପଦ୍ଧତି ଏବଂ ଭବିଷ୍ୟତରେ ଗୁଣବତ୍ତା ବୃଦ୍ଧି ପାଇଁ ଆବଶ୍ୟକୀୟ ପଦକ୍ଷେପ ବିଷୟରେ ଗଭୀର ଆଲୋଚନା କରିଥିଲେ। ପ୍ରତିଷ୍ଠାନ ପକ୍ଷରୁ ଚାଲିମ ପ୍ରାପ୍ତ କରିଥିବା ୫୪ ଜଣ ସ୍ବୀକୃତିପ୍ରାପ୍ତ ନିରାପତ୍ତା ଅଧୁକାରୀଙ୍କୁ ଭଦ‌ଯାପନୀ ସନ୍ଧ୍ୟାରେ ପ୍ରମାଣପତ୍ର ବିତରଣ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking