ଭୁବନେଶ୍ୱର: ଥଣ୍ଡାରେ ଥରୁଛି ସାରା ଓଡିଶା । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ ପ୍ରବଳ ଶୀତ । କୁହୁଡି ଆସ୍ତରମରେ ସାରା ସହର । ପାରଳାଖେମୁଣ୍ଡି ସମେତ ସହରରେ ଆଖପାଖ ଅଞ୍ଚଳରେ ଘନକୁହୁଡି ପଡିଛି । ସକାଳୁ ସକାଳୁ ଲୋକମାନେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୋଉଁଥିବା ଦେଖିବାକୁ ମିଳିଛି । ସୁନ୍ଦରଗଡ, କଳାହାଣ୍ଡି, କନ୍ଧମାଳ ଓ ଝାରସୁଗୁଡା ଜିଲ୍ଲାରେ ସକାଳୁ କୁହୁଡିର ଆସ୍ତରଣ ଦେଖାଯିବା ରାଜ୍ୟରେ ଶାତ ପ୍ରକୋପ କମିଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଝାରସୁଗୁଡା ଠାରେ ୧୧.୫ ଡିଗ୍ରୀ ରେକର୍ଡ ହୋଇଛି । ଏଥିସହ ଦାରିଙ୍ଗିବାଡିରେ ୧୨.୫ ଡିଗ୍ରୀ ରାତି ତାପମାତ୍ରା ରହିଥିଲା । ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ବୃଦ୍ଧି ପାଇଛି ।










