21.1 C
Bhubaneswar
Tuesday, February 3, 2026
Homeଓଡିଶାଚାଷୀଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ଯରେ ମାଣ୍ଡିଆ କ୍ରୟ ଓ ବିତରଣ ସମ୍ବନ୍ଧୀୟ ପ୍ରସ୍ତୁତି ଏବଂ...

ଚାଷୀଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ଯରେ ମାଣ୍ଡିଆ କ୍ରୟ ଓ ବିତରଣ ସମ୍ବନ୍ଧୀୟ ପ୍ରସ୍ତୁତି ଏବଂ ସମୀକ୍ଷା କଲେ କୃଷି ସଚିବ

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଶ୍ରୀଅନ୍ନ ଅଭିଯାନ ଅଧୀନରେ ମାଣ୍ଡିଆ ବିତରଣ ଏବଂ କ୍ରୟ ସମ୍ବନ୍ଧୀୟ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଶ୍ରୀ ଶୁଭମ ସକ୍ସେନାଙ୍କ ସହ ଭାରତୀୟ ଖାଦ୍ୟ ନିଗମ, ଓଡ଼ିଶା ଜନଜାତି ବିକାଶ ସମବାୟ ନିଗମ ଲିମିଟେଡ, ଏବଂ କୃଷି ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।ଏହି ବୈଠକରେ ଚଳିତ ବର୍ଷର ମାଣ୍ଡିଆ କ୍ରୟ କାର୍ଯ୍ୟକ୍ରମକୁ ସୁଗମ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ ଏଥିରେ ଅଧିକରୁ ଅଧିକ ମାଣ୍ଡିଆ ଚାଷୀଙ୍କୁ ଯୋଡିବାର ଆଭିମୁଖ୍ୟ ଉପରେ ଆଲୋଚନା ହୋଇଥିଲା, ଯେଭଳି ଏହି ସହାୟତାର ଲାଭ ଅସାଧୁ ବେପାରୀମାନେ ନନିଅନ୍ତି ଏଥି ନିମନ୍ତେ ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କ୍ରୟ କରାଯାଉଥିବା ମାଣ୍ଡିଆର ବିଭିନ୍ନ ରାଜ୍ୟ ସରକାରଙ୍କ ଯୋଜନା ମାଧ୍ୟମରେ ବଣ୍ଟନ ସହ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ଭଣ୍ଡାରକୁ ଭାରତୀୟ ଖାଦ୍ୟ ନିଗମ ମାଧ୍ୟମରେ ଯୋଗାଣ ଉପରେ ମଧ୍ୟ ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ବିଗତ ବର୍ଷ ୭,୫୮,୦୦୦ କ୍ଯୁଣ୍ଟାଲ୍ ମାଣ୍ଡିଆ ପ୍ରୋକ୍ୟୁରମେଣ୍ଟ କରାଯାଇଥିଲା ଏବଂ ପ୍ରଥମ ଥର ପାଇଁ ଏକ ଲକ୍ଷ କ୍ଯୁଣ୍ଟାଲ୍ ରୁ ଅଧିକ ମାଣ୍ଡିଆ ଆନ୍ଧ୍ରପ୍ରଦେଶ ରାଜ୍ଯ ଓ ଆଣ୍ଡାମାନ୍-ନିକୋବର୍ କେନ୍ଦ୍ରଶାସିତ ଅଂଚଳକୁ ଓଡ଼ିଶା ରପ୍ତାନୀ କରିଛି।ଜଳବାୟୁ ପରିବର୍ତ୍ତନ କାଳରେ ମାଣ୍ଡିଆ ଭଳି ଶସ୍ଯର ପ୍ରୋତ୍ସାହନ ପାଇଁ ରାଜ୍ଯ ସରକାର ବଦ୍ଧପରିକର ବୋଲି ସଚିବ ଡ. ପାଢ଼ୀ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking