25.1 C
Bhubaneswar
Tuesday, February 3, 2026
Homeଓଡିଶାଥାନାରେ ହାତାହାତି: ବଦଳିଲେ ଥାନା ଅଧିକାରୀ ଏବଂ ଏଏସ୍‌ଆଇ

ଥାନାରେ ହାତାହାତି: ବଦଳିଲେ ଥାନା ଅଧିକାରୀ ଏବଂ ଏଏସ୍‌ଆଇ

ଯାଜପୁର: ଥାନା ଭିତରେ ହାତାହାତି ହୋଇ ବଦଳିଲେ ଥାନା ଅଧିକାରୀ ଏବଂ ଏଏସ୍‌ଆଇ । ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନାରେ ଥାନା ଅଧିକାରୀ ଏବଂ ଏଏସ୍‌ଆଇଙ୍କ ମଧ୍ୟରେ ଯୁକ୍ତିତର୍କ, ହାତାହାତି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏସ୍‌ପି ୟସପ୍ରିତ୍ ଶ୍ରୀମଲ ।ସୂଚନା ଅନୁସାରେ, କିଛିଦିନ ତଳେ ଏକ ମାମଲାକୁ ନେଇ ଥାନାଧିକାରୀ ଦେବାଶିଷ ଶତପଥୀ ଏବଂ ଏଏସ୍‌ଆଇ ପ୍ରକାଶ ସିଂଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ହାତାହାତି ହୋଇଥିଲା । ସେନେଇ ଏସ୍‌ଡିପିଓଙ୍କ ନିକଟରେ ଅଭିଯୋଗ କରିଥିଲେ ଏଏସ୍‌ଆଇ ପ୍ରକାଶ ସିଂ। ଏବେ ସେହି ସମୟର ହାତାହାତି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏସ୍‌ପି ୟସପ୍ରିତ୍ ଶ୍ରୀମଲ ଉଭୟ ଥାନା ଅଧିକାରୀ ଏବଂ ଏଏସଆଇଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking