ଭୁବନେଶ୍ୱର: ଇଣ୍ଡିଗୋ ବିମାନରେ ଯିବାକୁ ଥିଲେ ଘରୁ ବାହାରିବା ପୂର୍ବରୁ ଚେକ୍ କରନ୍ତୁ । ଏପରି ପରାମର୍ଶ ଦେଲେ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ । ସାରା ଜେଶରେ ଇଣ୍ଡିଗୋ ବିମାନ ଯାତ୍ରା ନେଇ ସମସ୍ୟା ସାମ୍ନାକୁ ଆସିଛି । ସମାଧାନ ପାଇଁ ଡିଜିସିଏ ଜରୁରୀକାଳୀନ ବୈଠକ ଡାକିଛନ୍ତି । ଶୀଘ୍ର ସମସ୍ୟା ଦୂର ହୋଇପାରେ, ଆମ ହାତରେ କିଛି ନାହିଁ । ଆଜି ୨ ଶହରୁ ଉର୍ଦ୍ଧ୍ୱ ଇଣ୍ଡିଗୋ ବିମାନ ବାତିଲ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ମିଳିିଛି । ଇଣ୍ଡିଗୋ ଏହି ଅସୁବିଧା ପାଇଁ ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରି କହିଛି ଯେ ଇଣ୍ଡିଗୋ ତାର ସମୟସାରଣୀରେ କ୍ୟାଲିବ୍ରେଟେଡ୍ ସଂଶୋଧନ ଆରମ୍ଭ କରିଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ କହିଛି ଯେ ଆମେ ପରିସ୍ଥିତିର ଯାଞ୍ଚ କରୁଛି ଏବଂ ବିମାନ କମ୍ପାନୀକୁ ବିଭ୍ରାଟର କାରଣ ବ୍ୟାଖ୍ୟା କରି ଏକ ବିସ୍ତୃତ ରିପୋର୍ଟ ମାଗିଛି ।










