ଦେବଗଡ: ନାଳରୁ ନିଖୋଜ ଯୁବକଙ୍କ ମୃତଦେହ ଠାବ। ଦେବଗଡ ଜିଲ୍ଲା ବାକୋଟ ଥାନା ଟାଇଁସିରା ଯୌତୁକ ନାଳରୁ ମୃତଦେହ ଉଦ୍ଧାର କରାଯାଇଛି ।ପଥର ଭାଙ୍ଗି ନାଳରେ ଯୁବକଙ୍କ ମୃତଦେହ ଫିଙ୍ଗାଯାଇଥିବା ଜଣାପଡିଛି । ହତ୍ୟା ସନ୍ଦେହରେ ଗ୍ରାମବାସୀମାନେ ଜଣଙ୍କୁ ଅଟକ ରଖିଛନ୍ତି । ଅଟକ ଯୁବକଙ୍କୁ ପୋଲିସ ଆଣିବାକୁ ଚେଷ୍ଟା କରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମବାସୀମାନେ ପୁଲିସ ଗାଡିକୁ ଘେରାଉ କରିଛନ୍ତି। ମୃତକ ଜଣଙ୍କ ହେଉଛନ୍ତି, ରାଜକିଶୋର ମହାକୁଳ। ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ନାଳରୁ ମୃତଦେହ ଉଦ୍ଧାର କରିଛି ।










