ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡକ । ଟ୍ରାକ୍ଟର ଓଲଟି ୨ ଜଣଙ୍କ ମୃତ୍ୟୁ ଘଟିଛି । ଉତ୍ତର ପ୍ରଦେଶର କୌଶାମ୍ବୀ ଜିଲ୍ଲାର ସନ୍ଦିପାନଘାଟଅଞ୍ଚଳରେ ଘଟିଛି । ଏକ ଡମ୍ଫର ଧକ୍କା ଦେବା ଫଳରେ ରାସ୍ତା କଡରେ ଥିବା ଖାତରେ ଟ୍ରକ୍ଟର ଓଲଟି ପଡିଥିଲା । ଟ୍ରାକ୍ଟର ତଳେ ଚାପି ହୋଇ ଦୁଇ ଜଣ ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ସୂଚନାରୁ ପ୍ରକାଶ, ଆଜି ସକାଳେ ଟ୍ରାକ୍ଟରଟି ସାଗର ଗାଁରୁ ମାଟି ଭର୍ତ୍ତି ଏକ ଟ୍ରଲି ନେଇ ଫେରୁଥିଲା । ଚାନ୍ଦୱାରୀ ଛକନିକଟରେ, ଏକ ଅଜଣା ଡମ୍ଫର ଟ୍ରକ ଟ୍ରାକ୍ଟର ସହିତ ଧକ୍କା ହୋଇଥିଲା । ଫଳରେ ଟ୍ରାକ୍ଟରଟି ରାସ୍ତା କଡରେ ଥିବା ଏକ ଖାତକୁ ଓଲଟି ପଡିଥିଲା ଏବଂ ଟ୍ରଲି ଉପରେ ବସିଥିବା ଦୁଇ ଶ୍ରମିକ ତଳେ ଚାପି ହୋଇ ମୃତ୍ୟୁବରଣ କରିଥିଲେ । ମୃତକଙ୍କୁ ମୁଜାହିଜପୁରର ବାସିନ୍ଦା ଲବ କୁଶ ଏବଂ ଅଜୟ ବୋଲି ଚିହ୍ନଟ କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।










