ଭୁବନେଶ୍ୱର: ବାଲିଘାଟ ଉପରେ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ । ବେଆଇନ ବାଲିଘାଟ ନେଇ ପ୍ରମିଳା ମଲ୍ଲିକ ଟାର୍ଗେଟ କରିଛନ୍ତି ।ସରକାର ଆସିବା ପରେ ସବୁ ବାଲିଘାଟ କର୍ମୀ ଚଳାଉଛନ୍ତି । ଏହା ଉପରେ ସରକାରଙ୍କର ନିୟନ୍ତ୍ରଣ ନାହିଁ। ମାଇନ୍ସ ଅଫିସର କିଛି ବୁଝୁନାହାନ୍ତି, ଜିଲ୍ଲପାଳ ମୁଣ୍ଡ ଖେଳାଉ ନାହାନ୍ତି। ସରକାର କହୁଛନ୍ତି ଚୋରି କର ଆଉ ଫାଇନ ଦିଅ। ବାଲିଘାଟ ନେଇ ଟେଣ୍ଡର କାହିଁକି କରୁନାହାଁନ୍ତି । ସୂଚନାଥାଉକି, ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ସପ୍ତମ ଦିନ।ପ୍ରଶ୍ନକାଳ ଆରମ୍ଭରୁ ହିଁ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସରକାର ବିରୋଧୀ ନାରାବାଜି କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଫଳରେ ଗୃହ ସ୍ୱାଭାବିକ ଭାବେ ଚାଲିପାରିନଥିଲା । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ ।









