18.1 C
Bhubaneswar
Wednesday, February 4, 2026
Homeଓଡିଶାବଜ୍ରପାତରେ ଯାଇଛି ୯୨ ଜୀବନ

ବଜ୍ରପାତରେ ଯାଇଛି ୯୨ ଜୀବନ

ଭୁବନେଶ୍ୱର: ଚଳିତ ବର୍ଷ ବର୍ଷା ଋତୁରେ ବଜ୍ରପାତରେ ଯାଇଛି ୯୨ ଜୀବନ । ବନ୍ୟାରେ ୪ ଓ କାଳବୈଶାଖୀରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ବଜ୍ରପାତରେ ବରଗଡରେ ୧୦ ଜଣ, କୋରାପୁଟରେ ୮ ଜଣ, ଅନୁଗୁଳରେ ୭ ଜଣ ମୃତ୍ୟୁବରଣ କରିଛନ୍ତି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏହା ସହ ଗୃହରେ ରାଜସ୍ୱ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ରହିଛନ୍ତି  ୧୧ ହଜାର  ୩୯୭ ଘରବାରି  ଶୂନ୍ୟ ପରିବାର ।ବିଧାନସଭାରେ ଏନେଇ ସୂଚନା  ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।  ଚିହ୍ନଟ ହୋଇଥିଲେ ୩୬  ହଜାର ୭୦୯ ଘର ବାରି  ଶୂନ୍ୟ ପରିବାର ।  ବର୍ତ୍ତମାନ ସୁଦ୍ଧା ୨୫  ହଜାର  ୩୧୨ ପରିବାରଙ୍କୁ ଦିଆଯାଇଛି ଘରଡିହ ପଟ୍ଟା । ସୂଚନାଥାଉକି, ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ସପ୍ତମ ଦିନ । ପ୍ରଶ୍ନକାଳ ଆରମ୍ଭରୁ ହିଁ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସରକାର ବିରୋଧୀ ନାରାବାଜି କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଫଳରେ ଗୃହ ସ୍ୱାଭାବିକ ଭାବେ ଚାଲିପାରିନଥିଲା । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking