27.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଶ୍ରୀଲଙ୍କାରେ ବନ୍ୟା ଏବଂ ଭୂସ୍ଖଳନ: ୫୬ ମୃତ

ଶ୍ରୀଲଙ୍କାରେ ବନ୍ୟା ଏବଂ ଭୂସ୍ଖଳନ: ୫୬ ମୃତ

ନୂଆଦିଲ୍ଲୀ: ଘୂର୍ଣ୍ଣିଝଡ଼ ଡ଼ିଟୱା ଯୋଗୁଁ ଶ୍ରୀଲଙ୍କାରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ୫୬ ଜଣଙ୍କର ମୃତ୍ୟୁ ହୋଇଛି। ୨୧ ରୁ ଅଧିକ ଲୋକ ନିଖୋଜ ଥିବା ରିପୋର୍ଟ ହୋଇଛି। ତୀବ୍ର ପାଗ ପରିସ୍ଥିତି ଯୋଗୁଁ ଶ୍ରୀଲଙ୍କା ସରକାର ଶୁକ୍ରବାର ଦିନ ସାଧାରଣ ଛୁଟି ଘୋଷଣା କରିଛନ୍ତି ।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଝଡ଼ ଦ୍ରୁତ ଗତିରେ ଭାରତ ଆଡକୁ ଅଗ୍ରସର ହେଉଛି। ତାମିଲନାଡୁ, ପୁଡୁଚେରୀ, ଆନ୍ଧ୍ର ପ୍ରଦେଶ ଏବଂ କେରଳରେ ସତର୍କତା ଜାରି କରାଯାଇଛି। ନଭେମ୍ବର 30 ତାରିଖରେ ଏହି ରାଜ୍ୟଗୁଡ଼ିକର ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିଝଡ଼ ସ୍ଥଳଭାଗ ଛୁଇଁବ ବୋଲି ଆଶା କରାଯାଉଛି ।ପ୍ରଧାନମନ୍ତ୍ରୀ ମୋଦୀ ଘୂର୍ଣ୍ଣିଝଡ଼ ଦିଟୱା ହେତୁ ଜୀବନହାନୀ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। “ଘୁର୍ଣ୍ଣିଝଡ଼ ଡ଼ିଟୱା ଯୋଗୁଁ ନିଜ ପ୍ରିୟଜନଙ୍କୁ ହରାଇଥିବା ଶ୍ରୀଲଙ୍କାର ଲୋକଙ୍କ ପ୍ରତି ମୋର ହୃଦୟସ୍ପର୍ଶୀ ସମବେଦନା । ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି,” X ରେ ପୋଷ୍ଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।ଏହି ସମୟରେ, ଭାରତ ରିଲିଫ୍ ସାମଗ୍ରୀ ପଠାଇବା ପାଇଁ ଅପରେସନ୍ ସାଗର ବନ୍ଧୁ ଆରମ୍ଭ କରିଛି।” ଉପକୂଳ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସରକାରୀ ପରାମର୍ଶ ପାଳନ କରିବାକୁ ଏବଂ ଗୁଜବ ପ୍ରଚାର ନକରିବାକୁ କୁହାଯାଇଛି। ଏହା ବ୍ୟତୀତ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।ଅନ୍ୟପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି ଯେ ସରକାର ଆଗକୁ ବଢ଼ୁଥିବା ଘୂର୍ଣ୍ଣିଝଡ଼ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।”ଆମେ ଘୂର୍ଣ୍ଣିଝଡ଼ର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆଇଏମଡି ନଭେମ୍ବର 29-30 ରେ ଡେଲଟା ଜିଲ୍ଲା ଏବଂ ଦକ୍ଷିଣ ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ସତର୍କ କରିଛି। ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking