21.1 C
Bhubaneswar
Wednesday, February 4, 2026
Homeଓଡିଶାକାଳ ହେଲା ଘନ କୁହୁଡ଼ି: ସ୍କୁଟି ଚାଳକ ମୃତ

କାଳ ହେଲା ଘନ କୁହୁଡ଼ି: ସ୍କୁଟି ଚାଳକ ମୃତ

ସୋନପୁର: ସୋନପୁରରେ ସ୍କୁଟି ଚାଳକକୁ ପ୍ରାୟ ଦେଢ଼ ଶହ ମିଟର ପର୍ଯ୍ୟନ୍ତ ଘୋଷାଡି ନେଲା ଟ୍ରକ୍‌ । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ  ହୋଇଥିବା ସୂଚନା ମିଳିଛି । ମୃତକ ହେଲେ କୁମାରକେଲି ଗାଁର ଶରତ ମହାପାତ୍ର ।  ଶରତ ସୋନପୁର ପଟୁ ସ୍କୁଟି ଯୋଗେ ଆସୁଥିବାବେଳେ ପଛପଟୁ ଏକ ଟ୍ରକ୍‌ ଆସି ତାଙ୍କୁ ଧକ୍କା ଦେଇଥିଲା ।  ଫଳରେ ସ୍କୁଟିରୁ ଛିଟିକି ପଡ଼ିଥିଲେ ଶରତ ।  ହେଲେ ତାଙ୍କ ହାତ ଟ୍ରକ୍ ବର୍ଣ୍ଣଟରେ ଲଟକି ରହିଥିଲା । ଫଳରେ ଟ୍ରକ୍‌ଟି ତାଙ୍କୁ ପ୍ରାୟ ୧୫୦ ମିଟର ପର୍ଯ୍ୟନ୍ତ ଘୋଷାଡି ଆଣିଥିଲା ।   ଲୋକମାନେ  ଟ୍ରକ୍‌ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଡ୍ରାଇଭର ଗାଡ଼ି ଛିଡ଼ା କରି ଘଟଣାସ୍ଥଳରୁ ଫେରାର ମାରିଛି । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପ୍ରତିବାଦରେ ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକ । ଫଳରେ ବୀରମହାରାଜପୁରରୁ ସୋନପୁରକୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking