ଭୁବନେଶ୍ୱର: ଡିସେମ୍ବର ୧ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଟିକେଟ୍ ଦର୍ଶନ ବ୍ୟବସ୍ଥା । ଜଣେ ଭକ୍ତଙ୍କ ପିଛା ଟିକେଟ୍ ମୂଲ୍ୟ ୧୦ ଟଙ୍କା ରହିବ । ୫ ବର୍ଷରୁ କମ୍, ୮୦ ବର୍ଷରୁ ଅଧିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଦେୟମୁକ୍ତ ଦର୍ଶନ । ପ୍ରତିଦିନ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବ ଗୁଣ୍ଡିଚା ମନ୍ଦିର । ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ସକାଳ ୬ରୁ ସଂଧ୍ୟା ୫ଟା ଯାଏଁ ଦର୍ଶନ । ସିଂହଦ୍ବାର ଦେଇ ଆଡ଼ପ ମଣ୍ଡପ ଦର୍ଶନ ପାଇଁ ପ୍ରବେଶ ଓ ପ୍ରସ୍ଥାନ । ମାଗଣା ଚପଲ, ମୋବାଇଲ୍ ଷ୍ଟାଣ୍ଡ ଓ ପାନୀୟ ଜଳ ବ୍ୟବସ୍ଥା । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।
https://www.youtube.com/watch?v=21Ao05eDsW4










