26.1 C
Bhubaneswar
Wednesday, February 4, 2026
Homeଓଡିଶାଭୁବନେଶ୍ୱରରେ ଶୁଭାଂଶୁ ଶୁକ୍ଲା

ଭୁବନେଶ୍ୱରରେ ଶୁଭାଂଶୁ ଶୁକ୍ଲା

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । କାଲି ଏକ ଘରୋଇ ସ୍କୁଲର କାର୍ଯ୍ୟକ୍ରମରେ ଯୋଗଦେବେ ଶୁଭାଂଶୁ । ଭୁବନେଶ୍ୱରରେ ପହଞ୍ଚି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶୁଭାଂଶୁ କହିଛନ୍ତି ଓଡିଶା ଆସି ମୁଁ ବହୁତ ଖୁସି, ପୂର୍ବରୁ ବି ଓଡିଶା ଆସିଥିଲି । ଓଡିଶାର ପିଲାମାନେ ପାଠ ପଢି ମହାକାଶ ବିଜ୍ଞାନରେ ଆଗକୁ ଯାଆନ୍ତୁ । ମହାକାଶର ଅନୁଭୂତି ଅତ୍ୟନ୍ତ ନିଆରା ଥିଲା । ମହାକାଶର ଅନୁଭୂତି ବାଣ୍ଟିବାକୁ ଓଡିଶା ଆସିଛି । ଏରୋସ୍ପେଶ୍ ପାଇଁ ଯେଉଁମାନେ ଆଗ୍ରହୀ, ମୁଁ ଉତ୍ସାହିତ କରିବି । ସୂଚନାଥାଉକି, ଆସନ୍ତାକାଲି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମେଳା ସାଇଟେଡ୍‌ର ନବମ ସଂସ୍କରଣରେ ଯୋଗଦେବେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ସ୍କୁଲ କ୍ୟାମ୍ପସରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ମହାକାଶଚାରୀ ଇସ୍ରୋର ଗଗନଯାତ୍ରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା ଏବଂ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ ଏହା ସହ ଭୁବନେଶ୍ୱର ଅନ୍ତର୍ଗତ ସରକାରୀ ଓ ବେସରାକାରୀ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେବେ । ୧୦୦ରୁ ଅଧିକ ପ୍ରକଳ୍ପକୁ ସାମିଲ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking