25.1 C
Bhubaneswar
Saturday, February 7, 2026
Homeଓଡିଶାସପ୍ତାହେ ପର୍ଯ୍ୟନ୍ତ ନାହିଁ ବର୍ଷା: ମନୋରମା

ସପ୍ତାହେ ପର୍ଯ୍ୟନ୍ତ ନାହିଁ ବର୍ଷା: ମନୋରମା

ଭୁବନେଶ୍ୱର: ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟକୁ ନାହିଁ ବର୍ଷା ଭୟ। ଏନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ସୂଚନା ଦେଇ କହିଛନ୍ତି ଯେ ଅବପାତର ରୂପ ନେଇଛି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ। ଅଧିକ ଘନୀଭୂତ ହୋଇ ୨୪ ଘଣ୍ଡାରେ ଗଭୀର ଅବପାତରେ ପରିଣତ ହେବ। ଆଣ୍ଡାମାନ ଉପରେ ଥିବା ଅବପାତ ୨୪ ଘଣ୍ଟାରେ ବାତ୍ୟାରେ ପରିଣତ ହେବ। ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡିଶା ଉପରେ ରହିବ ନାହିଁ। କିଛି ସ୍ଥାନରେ ମେଘୁଆ ପାଗ ଦେଖାଯିବ, ଶୀତର ପ୍ରଭାବ ସାମାନ୍ୟ ରହିବ। କାଲିଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ, ଶୀତ ଅନୁଭବ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking