ଭୁବନେଶ୍ୱର: ଦେବାଶିଷଙ୍କ ମନ୍ତବ୍ୟ ଉପରେ ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସବୁ ପରିବାରରେ ଅସନ୍ତୋଷ ଥାଏ, ବୁଝି ବିଚାରି କାମ କଲେ ଭଲ । ଦଳରେ ଅନେକ ପ୍ରସଙ୍ଗକୁ ନେଇ ଭିନ୍ନ ଭିନ୍ନ ମତ ଥାଏ । ସେଥିରୁ ଗୋଟିଏ ମତକୁ ନେଇ ଦଳ ଆଗକୁ ଯାଏ । ପୂର୍ବରୁ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ରଖି କହିଛନ୍ତି ବିଜୁ ଜନତା ଦଳ ଏବେ ବ୍ୟୁରୋକ୍ରାଟିକ ଦଳ ହୋଇଯାଇଛି । ବିଜୁ ବାବୁଙ୍କ ଆଦର୍ଶରେ ଆଉ ବିଜେଡି ପରିଚାଳିତ ହେଉନାହିଁ । ବରିଷ୍ଠମାନଙ୍କୁ ଗଳରେ ଗୁରୁତ୍ୱ ଦିଆଯାଉନାହିଁ । ନବୀନ ବାବୁ ଥିବା ଯାଏଁ ମୁଁ ଦଳରେ ରହିବି । ନବୀନ ବାବୁ ମୋତେ ଦେଖା କରିବାକୁ ଚାହାନ୍ତି ହେଲେ କରାଇ ଦିଆଯାଉନି । ସୂଚନାଥାଉକି, ବିଜେଡିର ପଦ ଛାଡିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ । ସିନିୟର ସିଟିଜେନ ସେଲ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇ ପଦ ଛାଡିଛନ୍ତି ।ପୂର୍ବରୁ ଅନେକ ସମୟରେ ଦେବାଶିଷ ସାମନ୍ତରାୟ ନିଜର ଅସନ୍ତୋଷ ମଧ୍ୟ ପରିପ୍ରକାଶ କରିଥିଲେ ।










