17.1 C
Bhubaneswar
Sunday, February 8, 2026
Homeଓଡିଶାତେଲମାରି ରାଜ୍ୟସଭା ଯାଇଛନ୍ତି: ଦେବାଶିଷ

ତେଲମାରି ରାଜ୍ୟସଭା ଯାଇଛନ୍ତି: ଦେବାଶିଷ

ଭୁବନେଶ୍ୱର: ଚିଠି ଲେଖିବା ପରେ ବର୍ଷିଲେ ସାଂସଦ ଦେବାଶିଷ ସାମନ୍ତରାୟ । ୱକଫ ବିଲ ବେଳୁ ଦଳର ଆଭିମୁଖ୍ୟକୁ ନେଇ ଅସନ୍ତୁଷ୍ଟ କହିଲେ । ୱକଫ ବିଲକୁ ବିରୋଧ ପାଇଁ ନବୀନ ବାବୁ କହିଥିଲେ । ସମସ୍ତେ ୱାକଫ ବିଲ ସପକ୍ଷରେ ଭୋଟ ଦେଇଦେଲେ । ବିରୋଧୀ ତାଚ୍ଛଲ୍ୟ କଲେ, ଆମେ ତଳକୁ ହୋଇଗଲୁ ।  କିଛି ରାଜ୍ୟସଭା ସାଂସଦ ବିରୋଧ କରିବା ପ୍ରଶ୍ନରେ ମଧ୍ୟ ମତ ରଖିଲେ ।  ସେମାନେ କଣ ରାଜନେତା , ତେଲମାରି ରାଜ୍ୟସଭା ଯାଇଛନ୍ତି । ଆମ ଦଳକୁ ବର୍ତ୍ତମାନ ଭୈରବ ଚଳାଉଛନ୍ତି । ମୋତେ ଲାଗୁଛି ରିମୋଣ୍ଟ କଣ୍ଟ୍ରୋଲରେ ଦଳ ଚାଲଛି । ବିଜୁ ଲିଗାସୀ,  ନବୀନ ଲିଗାସୀ ଦଳରେ ନାହାନ୍ତି । ଚାମଚା ଅଛନ୍ତି । ବିଜେଡିର ପଦ ଛାଡିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ । ସିନିୟର ସିଟିଜେନ ସେଲ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ ।  ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇ ପଦ ଛାଡିଛନ୍ତି । ସୂଚନାଥାଉକି ପୂର୍ବରୁ ଅନେକ ସମୟରେ ଦେବାଶିଷ ସାମନ୍ତରାୟ  ନିଜର ଅସନ୍ତୋଷ ମଧ୍ୟ ପରିପ୍ରକାଶ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking