ରାଉରକେଲା: ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜନଜାତୀୟ ଗୌରବ ଦିବସ ସମାରୋହ ସହ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଜାତୀୟ ବାର୍ଷିକ କ୍ରୀଡା ମହୋତ୍ସବରେ ଉଦଯାପନୀ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଦିନ ୨ଟାରେ ସେକ୍ଟର ମେଲଣ ପଡିଆରେ ଜନଜାତୀୟ ଗୌରବ ଦିବସ ପାଳନ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଜନ ଜାତୀୟ ଗୌରବ ଦିବସ ସମାରୋହ ଆୟୋଜନ କରାଯାଇଛି । ୧୫୦ ଅଫିସରଙ୍କ ସହ ୩୬ ପ୍ଲାଟୁନ ପଲିସ ଫୋର୍ସ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ଦାୟିତ୍ୱରେ ରହିବେ ।










