24.1 C
Bhubaneswar
Saturday, March 21, 2026
Homeଓଡିଶାନୂଆପଡ଼ା ଉପନିର୍ବାଚନରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟର ଅଧିକ ମତଦାନ: ଶ୍ରୀମୟୀ

ନୂଆପଡ଼ା ଉପନିର୍ବାଚନରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟର ଅଧିକ ମତଦାନ: ଶ୍ରୀମୟୀ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ଭୋଟ ଗଣତି ଚାଲିଥିବା ବେଳେ ଶ୍ରୀମୟୀ ମିଶ୍ର ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ନୂଆପଡ଼ା ଉପନିର୍ବାଚନରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟର ଅଧିକ ମତଦାନ କରିଛନ୍ତି। ଯାହା ନିର୍ବାଚନ ଫଳାଫଳର ଟ୍ରେଣ୍ଡ କହୁଛି କ୍ଷଶୋଚନୀୟ ପରାଜୟ ନିଶ୍ଚିତ । ଆହୁରି ଲେଖିଛନ୍ତି, ମହିଳାଙ୍କୁ ଅପମାନିତ କରି ମହାପ୍ରତାପୀ ରାବଣର ସୁବର୍ଣ୍ଣ ଲଙ୍କା ଶ୍ରୀହୀନ ହେଲା। କୁରୁବଂଶ ଧ୍ବଂସ ହେଲା। ଏବେ ସେହି ମାର୍ଗରେ ଓଡ଼ିଶାର ଏକ ନମ୍ବର ବୋଲାଉଥିବା ରାଜନୀତିକ ଦଳ। ମହିଳାମାନେ ଉଚିତ୍ ଶିକ୍ଷା ଦେଲେ । ସୂଚନାଥାଉକି , ଆଜି ନୂଆପଡା ଉପନିର୍ବାଚନ ଭୋଟର ଗଣତି ଚାଲିଛି । ଗଣତି ସରିବା ପରେ ଫଳାଫଳ ପ୍ରକାଶ ପାଇବ। ୨୬ ରାଉଣ୍ଡ ଯାଏ ଭୋଟ ଗଣତି ହେବ। ଏଯାଏ ୧୩ ରାଉଣ୍ଡ ସରିଛି। ୧୩ ରାଉଣ୍ଡରେ ବିଜେପି ୪୩,୨୩୪ ଭୋଟରେ ଆଗୁଆ ଅଛି। ତ୍ରୟୋଦଶ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୬୩,୫୫୨ ଭୋଟ ମିଳିଛି। ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୦,୨୮୮ ଭୋଟ ମିଳିଛି । ତୃତୀୟ ସ୍ଥାନରେ ଘାସିରାମ ମାଝୀଙ୍କୁ ୨୦,୧୦୩ ଭୋଟ ମିଳିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking