ବିହାର: ବିହାର ବିଧାନସଭା ନିର୍ବାଚନରେ ୨୪୩ ଆସନ ପାଇଁ ଚାଲିଛି ଭୋଟ ଗଣତି । ବିହାରର ମହାଗଠବନ୍ଧନର ଶୋଚନୀୟ ପ୍ରଦର୍ଶନ ଦେଖିବାକୁ ମିଳିଛି । ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏମଜିବି ପୂରା ନିରାଶ । ବିହାରରେ ମହାଗଠବନ୍ଧନର ଶୋଚନୀୟ ପ୍ରଦର୍ଶନ । ଅନ୍ୟପଟେ ବିହାରରେ ବିଜେପି ଏକକ ବୃହତ୍ତମ ଦଳ ଆଶା ଉଜ୍ଜ୍ୱଳ । ବର୍ତ୍ତମାନ ସୁଦ୍ଧା ବିଜେପି ୮୭ ଆସନରେ ଆଗୁଆ ଥିବା ବେଳେ ଜେଡିୟୁ ୭୬ ଆସନରେ ଆଗୁଆ ରହିଛି । ଏହା ସହ ଆରଜେଡି ୩୬ ଆସନ ଏଲ୍ଜେପି ୧୯ ଆସନରେ ଆଗୁଆ ରହିଛି । ମାତ୍ର ୬ଟି ଆସନରେ ଆଗୁଆ ରହି କଂଗ୍ରେସ ନିରାଶ । ରାଘୋପୁରା ଆସନରେ ତେଜସ୍ୱୀ ଯାଦବ ପଛୁଆ ରହିଛନ୍ତି । ବିହାର ନିର୍ବାଚନ ଧାରା ଅନୁସାରେ ଏନଡିଏର ସ୍ପଷ୍ଟ ବିଜୟ ପାଇଁ ବିଜେପି ଏବଂ ଜେଡିୟୁ କର୍ମୀମାନେ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛନ୍ତି । ଏହି ସମୟରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିଏସଏଫ ଯବାନଙ୍କୁ ମୁତୟନ କରାଯାଇଛି ।









