ଭୁବନେଶ୍ୱର: ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମ । ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଶହଶହ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ୫-ଟି ଏବଂ ନବୀନଙ୍କୁ ଟାର୍ଗେଟ କରିଛନ୍ତି ମୋହନ ମାଝୀ । ଟାର୍ଗେଟ କରି କହିଛନ୍ତି ଯେ ପୂର୍ବ ସରକାର ଜାତୀୟ ଶିକ୍ଷା ନୀତି ଏନଇପି ଲାଗୁ କରୁନଥିଲେ । ଫଳରେ ଓଡିଶା ଶିକ୍ଷାକ୍ଷେତ୍ରରେ ୫ ବର୍ଷ ପଛକୁ ଚାଲିଯାଇଛି । ରଙ୍ଗ ମାରି କ’ଣ ଗୁଣାତ୍ମକ ଶିକ୍ଷା ହୋଇପାରିବ କି ବୋଲି ପ୍ରଶ୍ନ କରିଥିଲେ । ଏହା ସହ ସେ ଆହୁରି କହିଛନ୍ତି ଯେ ନିର୍ବାଚନ ଥିବାରୁ ତରବରିଆ ପୁରୁଣା କାନ୍ଥରେ ରଙ୍ଗ ମାରିଥିଲେ । ପୁରୁଣା କାନ୍ଥରେ ରଙ୍ଗ ମାରି ୫ – ଟି ସ୍କୁଲ କରିଥିଲେ ନବୀନ ସରକାର । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶା ଶିକ୍ଷା କ୍ଷେତ୍ରରେ ଆଗକୁ ବଢୁଛି ।










