30.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଆହତଙ୍କୁ ଭେଟିଲେ ମୋଦୀ

ଆହତଙ୍କୁ ଭେଟିଲେ ମୋଦୀ

ନୂଆଦିଲ୍ଲୀ: ଦୁଇ ଦିନିଆ ଭୁଟାନ ଗସ୍ତରୁ ରାଜଧାନୀ ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁଟାନରୁ ଫେରି ସିଧା ହସ୍ପିଟାଲ ଗଲେ। ହସ୍ପିଟାଲ ଯାଇ ଦିଲ୍ଲୀ ବିସ୍ଫୋରଣରେ ଆହତଙ୍କୁ ଭୋଟିଲେ ମୋଦୀ। ଏଲଏନଜିପି ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି ମୋଦୀ। ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମସ୍ତ ପୀଡିତଙ୍କୁ ଭର୍ତ୍ତି କରାଯାଇଥିବା ହସ୍ପିଟାଲ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟା ୬.୫୦ ସମୟରେ ଲାଲକିଲ୍ଲା ନିକଟରେ ଏକ ଧଳା ଧଳା ହୁଣ୍ଡାଇ ଆଇ୨୦ କାରରେ ବିସ୍ଫୋରଣ ଘଟି ଏପର୍ଯ୍ୟନ୍ତ ୧୩ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୨୦ ଜଣ ଆହତ ହୋଇଥିଲେ। କାଶ୍ମୀର, ହରିୟାଣା ଏବଂ ଉତ୍ତର ପ୍ରଦେଶରେ ଜୈଶ-ଏ-ମହମ୍ମଦ ଏବଂ ଅନସାର ଘଜୱାତ-ଉଲ-ହିନ୍ଦ ସହିତ ଜଡିତ ଏକ “ହ୍ୱାଇଟ୍ କଲର” ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାସ ସହିତ ତିନି ଜଣ ଡାକ୍ତରଙ୍କ ସମେତ ଆଠ ଜଣଙ୍କୁ ଗିରଫ କରାଯିବା ଏବଂ ୨,୯୦୦ କିଲୋ ବିସ୍ଫୋରକ ଜବତ କରାଯିବାର କିଛି ଘଣ୍ଟା ପରେ ଏହି ବିସ୍ଫୋରଣ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking