ଭୁବନେଶ୍ୱର: ଶଙ୍କର ପୃଷ୍ଟିର ଗିରଫଦାରି ନେଇ ପ୍ରେସ୍ ରିଲିଜ ଦେଲା କ୍ରାଇମବ୍ରାଞ୍ଚ । କ୍ରଆଇମବ୍ରାଞ୍ଚ ଦେଇଥିବା ସୂଚନା ଅନୁସାରେ, ନେପାଳ ସୀମାରୁ ଗିରଫ ପୋଲିସ ଏସଆଇ ମହାଘୋଟାଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିଠାରୁ ଗୋଟିଏ ଫର୍ଚୁନର, ୨ଟି ଆଇଫୋନ୍, ପାସ୍ପୋର୍ଟ ଜବତ ହୋଇଛି । ଗଞ୍ଜାମ ଜଗନ୍ନାଥପୁର ଜଙ୍କସନ୍ ଏସବିଆଇ ରୋଡ୍ ଡିଫେନ୍ସ କଲୋନୀ ବାସିନ୍ଦା ଶଙ୍କର । ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ର ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲା । ଭୁବନେଶ୍ୱର ପଟିଆରେ ଅଫିସ୍ କରି ନେଟୱାର୍କ ଚଳାଇ ଆସିଥିଲା । ଏହି ଘୋଟାଲାରେ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଅରବିନ୍ଦ ଦାସ ସହଯୋଗୀ ଥିଲେ । ଟି. ଅଭିମନ୍ୟୁ ଦୋରା ଓ ପ୍ରିୟଦର୍ଶିନୀ ସାମଲ ମଧ୍ୟ ଶଙ୍କରଙ୍କ ସହଯୋଗୀ ଥିଲେ ।









