18.1 C
Bhubaneswar
Saturday, December 6, 2025
Homeଓଡିଶା୨୮, ୨୯ରେ ସାରା ଓଡିଶାରେ ବର୍ଷା

୨୮, ୨୯ରେ ସାରା ଓଡିଶାରେ ବର୍ଷା

ଭୁବନେଶ୍ୱର: ବାତ୍ୟା ପ୍ରଭାବରେ ୨୮, ୨୯ରେ ସାରା ଓଡିଶାରେ ବର୍ଷିବ । ଆଞ୍ଚଳିକ ପାଣିପାଗ ବିଭାଗ ବିଜ୍ଞାନୀ ମନୋରମା ମହାନ୍ତି ଏନେଇ ସୂଚନା ଦେଇଛନ୍ତି । ସୂଚନା ଦେଇ କହଛନ୍ତି ଯେ ୨୮ ତାରିଖରେ ମାଲକାନଗିରି, କୋରାପୁଟକୁ ରେଡି ୱାର୍ଣ୍ଣିଂ ଜାରି କରାଯାଇଛି । ରାୟଗଡା ଓ ଗଞ୍ଜାମ ଜିଲ୍ଲାକୁ ମଧ୍ୟ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । କାଲିଠୁ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଭୀର ଅବପାତରେ ପରିଣତ ହୋଇଛି ଅବପାତ । ୬ ଘଣ୍ଟାଧରି ଘଣ୍ଟାପ୍ରତି ୧୦ କିମି ବେଗରେ ଗତିକରୁଛି । ୨୪ ଘଣ୍ଟାରେ ବାତ୍ୟା ସମ୍ଭାବନା ରହିଛି । ଗୋପାଳପୁରଠାରୁ ୯୩୦କିମି ଦୂରରେ ଗଭୀର ଅବପାତ । କାକିନାଡାଠାରୁ ୮୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ।  ୨୮ ତାରିଖ ସକାଳ ବେଳକୁ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ହେବ । ୨୮ ତାରିଖ ସନ୍ଧ୍ୟାରୁ ରାତି ଭିତରେ ଲ୍ୟାଣ୍ଡଫଲ୍ । ଏନେଇ ୯ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking