31.1 C
Bhubaneswar
Monday, March 30, 2026
Homeଓଡିଶାକରଞ୍ଜିଆ ଅବକାରୀ ବିଭାଗର ଚଢାଉ: ଦେଶୀ ବିଦେଶୀ ମଦ ସହ ୩୨ କୁଇଣ୍ଟାଲ ମହୁଲ...

କରଞ୍ଜିଆ ଅବକାରୀ ବିଭାଗର ଚଢାଉ: ଦେଶୀ ବିଦେଶୀ ମଦ ସହ ୩୨ କୁଇଣ୍ଟାଲ ମହୁଲ ଫୁଲ ଜବତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ ନିଶା କାରବାର । ଗାଁ ଗହଳି ଠୁ ସହର ପର୍ଯ୍ୟନ୍ତ ଯେତେ ବଢୁଛି ନିଶାର ପ୍ରସାର ସେହି ହାତରେ ବଢ଼ି ଚାଲିଛି ଅସାମାଜିକ କାର୍ଯ୍ୟକଳାପ । ଆଉ ନିଶା ଖାଇ ମତୁଆଲା ହେବାକୁ ଯୁ ବଗୋଷ୍ଠୀ ଅଧିକ ଆଗ୍ରହୀ ହେଉଥିବା ଲକ୍ଷ୍ୟ କରାଯାଉଛି । ତେବେ ଏହାକୁ ରୋକିବା ପାଇଁ ଅବକାରୀ ବିଭାଗ ଉଦ୍ୟମ କରିବା ସହିତ ବେଆଇନ ନିଶା କାରବାରରେ ଅଙ୍କୁଶ ଲଗାଇବା ପାଇଁ ଜୋରଦାର କରିଛି ଚଡାଉ। ଏହି ଧାରାରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ତାଟୋ ନିକଟରେ ଏକ ହୋଟେଲରେ ମହୁଲଫୁଲ ବିକ୍ରି ହେଉଥିବା ସମୟରେ ଅବକାରୀ ବିଭାଗ ଚଢ଼ଉ କରି ୩୨ କ୍ଵିଣ୍ଟାଲ ମହୁଲ ଫୁଲ ଜବତ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ଯଶୀପୁର ଅଞ୍ଚଳର ସନ୍ତୋଷ କୁମାର ରାମ। ସେହିଭଳି ସିଙ୍ଗଡ଼ାଛକ ଓ ମାଳିକାଦୁମା ଗ୍ରାମରେ ଚଢ଼ାଉ କରି ୪୫ ଲିଟର ଦେଶୀ ମହୁଲିମଦ ସହିତ ଦୁଇଜଣ ମହିଳା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

ତେବେ ହେମାମାଳିନୀ ନାଏକ (୪୮)ଙ୍କ ଠାରୁ ୧୫ ଲିଟର, ଶମ୍ଭୁନାଥ ସମାର (୪୦)ଙ୍କ ଠାରୁ ୧୫ଲିଟର ଏବଂ ମାଳିକାଦୁମା ଗ୍ରାମର ଗିରଫ ମହିଳା ଶାନ୍ତିଲତା ବର୍ଦା (୪୪) ଙ୍କ ଠାରୁ ୧୫ ଲିଟରକୁ ନେଇ ୪୫ଲିଟର ଦେଶି ମହୁଲିମଦ ଜବତ କରିଥିବା ବେଳେ ଚଢ଼େଇଭୋଳର ଏକ ରାସ୍ତା ପାର୍ଶ୍ବ ଢ଼ାବାରେ ବିଦେଶୀ ମଦ ବିକ୍ରି କରାଯାଇଥିବା ଖବରପାଇ ଚଢ଼ାଉ କରି କୁନ୍ଦନ ସିଂଙ୍କ ଠାରୁ ୫ଲିଟର ବିଦେଶୀ ମଦ ଜବତ କରାଯାଇ ଥିବା ଜଣାପଡିଛି। ସେହିଭଳି ଝଡବେଡା ଗ୍ରାମର ନଦୀ ନାଳ, ଝରଣା , ପାହାଡ଼ କଡ଼ରେ ଦେଶୀ ମହୁଲିମଦ ପ୍ରସ୍ତୁତ ହେଉଥିବା କୌଣସି ସୂତ୍ରରୁ ଖବରପାଇ ଅତର୍କିତ ଭାବେ ଚଢ଼ାଉ କରି ୮,୬୦୦ କେଜି ମହୁଲ ପାଉଚ ଏବଂ ୩୩୫ ଲିଟର ଦେଶୀ ମହୁଲିମଦ ଜବତ କରି ନଷ୍ଟ କରିଛି ଅବକାରୀ ବିଭାଗ। ଆଜିର ଚଢ଼ାଉରେ ଅବକାରୀ ଉପଅଧିକ୍ଷକ ସୌମ୍ୟ ରଞ୍ଜନ ବେହେରାଙ୍କ ତତ୍ତ୍ଵଧାନରେ କରଞ୍ଜିଆ ଓଆଇସି ରଶ୍ମିରଞ୍ଜନ ନାୟକଙ୍କ ନେତୃତ୍ୱରେ ଫୁଲମଣୀ ନାଏକ ଏବଂ ଅନ୍ୟ ଅବକାରୀ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ। ଏନେଇ କରଞ୍ଜିଆ ଅବକାରୀ ଥାନାରେ ମାମଲା ରୁଜୁ ହୋଇଥିବା ନେଇ ସୂଚନା ଦେଇଥିବା ବେଳେ ଏହି ଚଢ଼ାଉ ଆଗାମୀ ଦିନରେ ଜାରି ରହିବ ବୋଲି କରଞ୍ଜିଆ ଅବକାରୀ ଓଆଇସି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking