33.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଓଡିଶାର ଗୌରବ କୋରପୁଟ କଫି: ମୋଦି

ଓଡିଶାର ଗୌରବ କୋରପୁଟ କଫି: ମୋଦି

ନୂଆଦିଲ୍ଲୀ: ମୋଦିଙ୍କ ୧୨୭ତମ ମନ କି ବାତ୍ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କରିଛନ୍ତି। ଚା’ ସହିତ କୋରାପୁଟ କଫି କଥା କହିଛନ୍ତି। କୋରପୁଟ କଫିର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଦେଶରେ ଭାରତୀୟ କଫିର ଚାହିଦା ରହିଛି । ଓଡିଶାର କୋରାପୁଟ କଫି ଅତ୍ୟନ୍ତ ସ୍ୱାଦିଷ୍ଟ। କୋରାପୁଟ କଫି ହେଉଛି ଓଡିଶାର ଗୌରବ। ଚାକିରି ଛାଡି କଫି ଚାଷରେ ମନ ବଳାଉଛନ୍ତି ଅନେକ ଲୋକ। କଫି ଚାଷରେ ମହିଳାଙ୍କ ସହଭାଗିତାକୁ ପ୍ରଶଂସା କରିଛନ୍ତି। ଆଜିର ସମୟରେ କୋରପୁଟ କଫିରୁ ବହୁ ଲାଭ ମିଳୁଛି। ଏହା ସହ ପ୍ରଧାନମନ୍ତ୍ରୀ ମୋଦି ରିଆ ନାମକ କୁକୁରକୁ ପ୍ରଶଂସା କରି କହିଛନ୍ତି ଯେ ଗତ ବର୍ଷ ଲକ୍ଷ୍ନୌରେ ଅଲ୍ ଇଣ୍ଡିଆ ପୋଲିସ ଡ୍ୟୁଟି ମିଟ୍ ଆୟୋଜନ କରାଯାଇଥିଲା। ସେହି ସମୟରେ ରିଆ ନାମକ ଏକ କୁକୁର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ବିଏସଏଫ ଦ୍ୱାରା ତାଲିମପ୍ରାପ୍ତ ମୁଧୋଲ ହାଉଣ୍ଡ। ରିଆ ଏଠାରେ ଅନେକ ବିଦେଶୀ ପ୍ରଜାତିର କୁକୁରଙ୍କୁ ପଛରେ ପକାଇ ପ୍ରଥମ ପୁରସ୍କାର ଜିତିଛି। ଆମର ସ୍ୱଦେଶୀ କୁକୁରମାନେ ମଧ୍ୟ ଉଲ୍ଲେଖନୀୟ ସାହସ ପ୍ରଦର୍ଶନ କରିଛନ୍ତି। ଗତ ବର୍ଷ, ଛତିଶଗଡ଼ର ଏକ ମାଓ ପ୍ରଭାବିତ ଅଞ୍ଚଳରେ ପାଟ୍ରୋଲିଂ କରିବା ସମୟରେ, ଏକ ସ୍ୱଦେଶୀ ସିଆରପିଏଫ କୁକୁର ୮ କିଲୋଗ୍ରାମ ବିସ୍ଫୋରକ ଚିହ୍ନଟ କରିଥିଲା। ମୁଁ ଏହି ଦିଗରେ ବିଏସଏଫ ଏବଂ ସିଆରପିଏଫକୁ ସେମାନଙ୍କର ପ୍ରୟାସ ପାଇଁ ଅଭିନନ୍ଦନ ଜଣାଉଛି।

ବଜାରରେ ସ୍ୱଦେଶୀ ଜିନିଷ ପ୍ରତି ଆଗ୍ରହ ବଢିବାରେ ଲାଗିଛି: ମୋଦି

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking