କଟକ: ବିଦାୟ ନେବେ ମା କାଳୀ । କଟକରେ ମା କାଳୀଙ୍କର ଚାଲିଛି ଭସାଣ ଉତ୍ସବ । ପାଟ ପଟୁଆରରେ ବାହାରିଛି ବିଭିନ୍ନ ସାହି ମେଢ । ସହରର ଫ୍ଲାଗ ମାର୍ଚ୍ଚ କରିଛି ପୋଲିସ । ତନ୍ନ ତନ୍ନ କରି ପଇଁତରା ମାରୁଛି ପୋଲିସ, ସୁରକ୍ଷାକର୍ମୀ । କଟକରେ ଡିସିପି ଋଷିରେଶ ଖିଲାରୀଙ୍କ ନେତୃତ୍ୱରେ ସୁରକ୍ଷାକର୍ମୀ ରେଳଷ୍ଟେସନଠାରୁ ଆରମ୍ଭ କରି ପୁରୀ ଘାଟ ଦେବୀ ଗଡା ପର୍ଯ୍ୟନ୍ତ ଫ୍ଲାଗମାର୍ଚ୍ଚ କରିଛନ୍ତି । ଶାନ୍ତିଶୃଙ୍ଖଳାର ସହିତ ଭସାଣ ପାଇଁ ଆଜି ୫୦ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି ।










