31.1 C
Bhubaneswar
Friday, February 6, 2026
Homeଦେଶ ବିଦେଶସିରିଜ୍ ଦୁର୍ଘଟଣା: ୩ ଆହତ

ସିରିଜ୍ ଦୁର୍ଘଟଣା: ୩ ଆହତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଫତେହପୁରରେ ଏକ ଦୁଃଖଦ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏକ ଦ୍ରୁତଗାମୀ ବୋଲେରୋ କାର୍ ପ୍ରଥମେ ଏକ ବାଇକ୍‌କୁ ଧକ୍କା ଦେଇଥିଲା ପରେ ଏକ ଫଳ ଗାଡି ସହିତ ଧକ୍କା ହୋଇଥିବା ନେଇ ମିଳିଛି ସୂଚନା । ଏହି ଦୁର୍ଘଟଣାରେ ଦୁଇ ମହିଳା ସମେତ ତିନି ଜଣ ଆହତ ହୋଇଛନ୍ତି । ବୋଲେରୋଟି ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟାଇଥିବା ନେଇ ଜଣାପଡିଛି । ଘଟଣା ପରେ ସ୍ଥାନ ଛାଡି ଫେରାର ହୋଇଯାଇଛନ୍ତି ବୋଲେରୋ ଡ୍ରାଇଭର । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚଥିଲା । ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲା । ଏହା ପରେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଖୋଜିବା ସହ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking