ନାଇଜେରିଆ: ନାଇଜେରିଆରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଯୋଗୁଁ ଅତି କମ୍ରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ନାଇଜେରିଆ ରାଜ୍ୟର ବିଦା ଅଞ୍ଚଳରେ ଟ୍ରକଟି ଓଲଟି ପଡିବା ଫଳରେ ବିସ୍ଫୋରଣ ଘଟିଥିଲା । ଟ୍ରକଟି ଓଲଟି ପଡ଼ିବା ପରେ ସ୍ଥାନୀୟ ବାସିନ୍ଦା ଢଳା ଇନ୍ଧନ ସଂଗ୍ରହ କରିବାକୁ ଘଟଣାସ୍ଥଳକୁ ଦୌଡ଼ିଥିଲେ। ଓଲଟି ବିସ୍ଫୋରଣ ଘଟିଥିଲା, ଫଳରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ମୁଖପାତ୍ର କହିଛନ୍ତି ଯେ ଡ୍ରାଇଭର ଏବଂ ଟ୍ୟାଙ୍କର ମାଲିକଙ୍କୁ ଚିହ୍ନଟ କରିବା ଏବଂ ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ ତଦନ୍ତ ଚାଲିଛି ।










