21.1 C
Bhubaneswar
Saturday, December 6, 2025
Homeଓଡିଶାମହୁମାଛି ଆକ୍ରମଣରେ ୭ ଆହତ

ମହୁମାଛି ଆକ୍ରମଣରେ ୭ ଆହତ

ବଲାଙ୍ଗୀର: କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣରେ ୭ ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅନ୍ତର୍ଗତ ରଣ୍ଡା ପଞ୍ଚାୟତ ପଦମପୁର ଗାଁରେ। ଶନିବାର ଚାଷଜମିରେ ୭ ଜଣ ବ୍ୟକ୍ତି କାଠ ସଂଗ୍ରହ କରୁଥିବା ସମୟରେ ହଠାତ୍‌ ମହୁମାଛି ଆକ୍ରମଣ କରିଥିଲେ। ପ୍ରାଣ ବିକଳରେ ସମସ୍ତେ ଦଉଡ଼ି ଦଉଡ଼ି ଗାଁକୁ ଚାଲିଆସିଥିଲେ। ଦୌଡ଼ୁଥିବା ସମୟରେ ମଧ୍ୟ ସେମାନଙ୍କୁ ମହୁମାଛି ଛାଡ଼ି ନ ଥିଲା ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ଆହତ ୭ ଜଣଙ୍କୁ ଗାଁ ଲୋକେ ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ। ସେ ଭିତରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking