ମାଲକାନଗିରି: ମାଲକାନଗିଗିରୁ ଏକ ବଡ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ନେଇ ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଦମ୍ପତ୍ତିଙ୍କ ସହ ୩ ଜଣ ମୃତ୍ୟୁବରଣ କରିଛନ୍ତି । ସଦର ଥାନା ବାଲିମେଳା ମୁଖ୍ୟରାସ୍ତା ଏମଭି-୧୧ ନିକଟରେ ଏହି ଦୁର୍ଘଟଣା ଘଟିଛି । ୩ ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ସେଥି ମଧ୍ୟରୁ ଦୁଇ ଜଣ ସ୍ୱାମୀ ଓ ସ୍ତ୍ରୀ ଥିବା ଜଣାପଡିଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ପହଞ୍ଚି ମୃତଦେହକୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଜଣାପଡିବ ଦୁର୍ଘଟଣାର କାରଣ ।










