ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଇଏମଡି ଡିଜି ସୂଚନା ଦେଇଛନ୍ତି । ସୂଚନା ଦେଇ କହିଛନ୍ତି ଯେ କୌଣସି ମଡେଲ୍କୁ ଦେଖନ୍ତୁ ନାହିଁ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସରଣ କରନ୍ତୁ । ୨୧ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଦକ୍ଷିଣ – ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି । କ୍ରମେ ଏହା ପଶ୍ଚିମ – ଉତ୍ତର – ପଶ୍ଚିମ ଦିଗରେ ଗତି କରିବ । ଏହା ପରେ ପଶ୍ଚିମ – ଉତ୍ତର – ପଶ୍ଚିମ ଦିଗକୁ ଗତି ଜାରି ରଖିବ । ମତ୍ସଜୀବୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ସମୁଦ୍ରରୁ ଫେରି ଆସିବାକୁ ସତର୍କ କରାଯାଇଛି । ସାଇକ୍ଲୋନ୍ ନେଇ ଆମେ ପୂର୍ବାନୁମାନ କରିନୁ । ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ରାକୁ ସତର୍କ କରିଛୁ । ଓଡିଶଆକୁ କୌଣସି ସତର୍କତା ଜାରି କରିନୁ ।










