ଯାଜପୁର: ଯାଜପୁର ଜିଲ୍ଲାର ପ୍ରମୁଖ ସହର ରେ ଏକ ନିର୍ଦ୍ଧିଷ୍ଟ ଦୋକାନ ଉପରେ ଗୁଳି କାଣ୍ଡ ଘାଟଇ ଫେରାର ହୋଇ ଯାଇ ଥିବା କୁଖ୍ୟାତ ଦୁଇ ଦୁର୍ବୃତ୍ତ ଙ୍କୁ ଯାଜପୁର ରୋଡ ପୋଲିସ ଚାରି ଘଣ୍ଟା ମଧରେ ୨ ଅଭିଯୁକ୍ତ ମୁଣ୍ଡ ମାଳ ରୁ ଗିରଫ,କରି ତାଙ୍କ ଠାରୁ ଦେଶୀ ପିସ୍ତଲ, ୪ ରାଉଣ୍ଡ ଗୁଳି ଜବତ କରିବା ର ସକ୍ଷମ ହୋଇଛି ଏହା ପୋଲିସ ଇତିହାସ ରେ ପ୍ରଥମ ସଫଳତା ଯାଜପୁର ରୋଡ଼ ପୋଲିସକୁ ମିଳିଛି ବଡ଼ ସଫଳତା।ବୋଲି ଯାଜପୁର ଏସପି ୟସ ପ୍ରତାପ ଶ୍ରୀମଲ କହିଛନ୍ତି lଗୋପବନ୍ଧୁ ନଗର ଡିଏମ କମ୍ୟୁନିକେଶନ ଟ୍ରାଭେଲ ସଂସ୍ଥା କାର୍ଯ୍ୟାଳୟକୁ ଗୁଳିକାଣ୍ଡ ପର୍ଦ୍ଧl ପାର୍ସ କରିଛନ୍ତି ଯାଜପୁର ଏସପି ଗୁଳି କାଣ୍ଡ ଏ ଆସାମୀ ମାନଙ୍କୁ ଧରିବା ପାଇଁ ଥାନା ଅଧିକାରୀ ଆଶିଷ କୁମାର ସାହୁ ଏକ ସ୍କ୍ୱାର୍ଡ ଗଠନ କରି ସି ସି ଟି ଭି କ୍ୟାମେରା କୁ ଆଧାର କରି ତଦନ୍ତ କରି କମ୍ୟୁନିକେସନ ମାଲିକ ଠାରୁ ବୟାନ ନେଇ ତଦନ୍ତ କରି ଥିଲେ ତଦନ୍ତ କୁ ଛାନ ଭିନ କରି ଆସାମୀ ମାନଙ୍କ ସୁରାକ ପାଇ ମୁଣ୍ଡ ମାଳ ରେ ଭଉଣୀ ଘରେ ଲୁଚି ଥିବା ଆସାମୀ ମାନଂକୁ କାବୁ କରି ନେଇ ଥିଲେ lଗୋପବନ୍ଧୁ ନଗର ଡିଏମ୍ କମ୍ୟୁନିକେଶନ ଟ୍ରାଭେଲ ସଂସ୍ଥା କାର୍ଯ୍ୟାଳୟରେ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି।
୨ ଗିରଫ ଅଭିଯୁକ୍ତଙ୍କ ସମ୍ପର୍କରେ ଏସ୍ପି ଯଶ ପ୍ରତାପ ଶ୍ରୀ ମଲ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ସୂଚନା ଦେଇ ଛନ୍ତି ଯାଜପୁର ରୋଡ ପୋଲିସ କୁ ଧନ୍ୟବାଦ ଜଣାଇ ଛନ୍ତି। ଗିରଫ ଅଭିଯୁକ୍ତ ହେଲେ କୋରେଇ ଥାନା ପୂର୍ବକୋଟ ଅଞ୍ଚଳର ମାଇକେଲ ସନ୍ତୋଷ(୨୨) ଓ ଯାଜପୁରରୋଡ଼ ଥାନା ମୁଣ୍ଡମାଳ ଅଞ୍ଚଳର ସନ୍ତୋଷ ପ୍ରଧାନ(୨୩) । ଗୁରୁବାର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସ୍ପିଯଶପ୍ରତାପ ଶ୍ରୀମଲ ଏହି ସୂଚନା ଦେଇଛନ୍ତି।ଏସ୍ପି କହଛନ୍ତି, ଗିରଫ ଅଭିଯୁକ୍ତମାନେ ପେସାଦାର ଅପରାଧୀ। ସେମାନେ ବାହାର ରାଜ୍ୟରେ ଚୋରି, ଡକାୟତି, ଛିନତାଇ ଆଦିକାର୍ଯ୍ୟରେ ଲିପ୍ତ ଅଛନ୍ତି। ଅଭିଯୁକ୍ତ ମାଇକେଲ ଆସାମର ଦେବ୍ରିଗଡ଼ରୁ ଭୁବନେଶ୍ବରକୁ ସମ୍ପୃକ୍ତ ଟ୍ରାଭେଲ ସଂସ୍ଥା ମାଧ୍ୟମରେ ୪ଟି ଟ୍ରେନ ଟିକେଟ ବ୍ଲକ କରିଥିଲେ। ହେଲେ କୌଣସି କାରଣରୁ ଅଭିଯୁକ୍ତ ଟିକେଟ କ୍ୟାନସେଲ କରିଥିଲେ।ଏ ବାବଦ ଟଙ୍କା ଫେରସ୍ତକୁ ନେଇ ଟ୍ରାଭେଲସ ସଂସ୍ଥାର ମାଲିକ ଦେବୀଦତ୍ତ ଓ ମାଇକେଲଙ୍କ ମଧ୍ୟରେ ବଚସା ହୋଇଥିଲା ।
ଅଭିଯୁକ୍ତମାନେ କୋମ୍ୟୁନିକେ ସନ ମାଲିକ ଦେବୀଦତ୍ତଙ୍କୁ ଦେଇଥିବା ୮ ହଜାର ଟଙ୍କାର ପରିବର୍ତ୍ତେ ଅଶି ହଜାର ଟଙ୍କା ଦଶ ଥର ଫୋନ କରି ମାଗିଥିଲେ।ଓ ଧମକ ମଧ୍ୟ୍ୟ ଦେଉଥିଲଏଥିରେ ଦେବୀଦର ଅରାଜି ହେବାରୁ ବୁଧବାର ସନ୍ଧ୍ୟାରେ ଅଭିଯୁକ୍ତମାନେ ତାଙ୍କ କାର୍ଯ୍ୟାଳୟ ଉପରକୁ ଗୁଳିମାଡ଼ କରିଥିଲେ ବୋଲି ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ମାଇକେଲଙ୍କ ନାମରେ ପୂର୍ବରୁ କୋରେଇ ଥାନାରେ ଗୋଟିଏ କେସ ରହିଛି। ଏହି ଖବରଦାତା.ସମ୍ମିଳନୀରେଯାଜପୁରରୋଡ୍ ଥାନାଧିକାରୀ ଆଶିଷ କୁମାର ସାହୁ ଓ ଏସତିପିଓ ଲକ୍ଷ୍ମୀକାନ୍ତନାୟକ ଉପସ୍ଥିତ ଥିଲେ। ଏନେଇ ଥାନାରେ ନଂ 619/25 ରେ ଏକ ମାମଲା ରୁଜୁ ହୋଇଛି ବୋଲି ଏସପି ପ୍ରକାଶ କରିଛନ୍ତି l










