25.1 C
Bhubaneswar
Wednesday, February 11, 2026
Homeଓଡିଶାଭଡ଼ାଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଡ଼ାଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗୀର: ବଲାଙ୍ଗୀର ରାଜୀବ ନଗରରେ ଏକ ଦୁଃଖଦ ଘଟଣା ଘଟିଛି। ସହରସ୍ଥିତ ରାଜୀବ ନଗରପଡ଼ାରେ ରହୁଥିବା ଅମିତ୍‌ ଭୋଇ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଅମିତ୍‌ଙ୍କ ପରିବାର ରାଜୀବନଗରରେ ଏକ ଭଡ଼ା ଘରେ ରହୁଥିଲେ। ରାତିରେ ଏକ ରୁମ୍‌ ଭିତରେ ଅମିତ୍‌ କବାଟ ଦେଇ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ମୃତ ଘୋଷଣା କରିବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତେବେ ଅମିତ୍‌ କ’ଣ ପାଇଁ ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking