24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଥର ଚକାତଳେ ଚାଲିଗଲା ନାବାଳକର ଜୀବନ

ଥର ଚକାତଳେ ଚାଲିଗଲା ନାବାଳକର ଜୀବନ

ନୂଆଦିଲ୍ଲୀ: ଥର ଡ୍ରାଇଭର ଜଣେ ୧୩ ବର୍ଷୀୟ ବାଳକକୁ ପଛରୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଘଟଣାଟି ଅକ୍ଟୋବର ୧୫ ତାରିଖ ଅପରାହ୍ନରେ ଘଟିଥିଲା, ପିଲାଟି ତାଙ୍କ ଘରଠାରୁ ଅଳ୍ପ ଦୂରରେ ସାଇକେଲରେ ଯାଉଥିଲେ । ବସନ୍ତ କୁଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଏଭଳି ଦୁର୍ଘଟଣା ଘଟିଛି । ନାବାଳକକୁ ପଛରୁ ଏକ ଦ୍ରୁତ ଗତିରେ ଆସୁଥିବା ଥର ଧକ୍କା ଦେଇଥିଲା ଏବଂ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ପରେ ଏକ ପିସିଆର୍ ଭ୍ୟାନ୍ ପିଲାଟିକୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲା, ଯେଉଁଠାରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ। ପରିବାର ଲୋକ ଏହା ଜାଣିବା ପରେ ଭାଙ୍ଗି ପଡ଼ିଥିଲେ । ଡ୍ରାଇଭର ରାସ୍ତାର ଡାହାଣ ପାର୍ଶ୍ୱରେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ। ନିୟନ୍ତ୍ରଣ ହରାଇ ପିଲାଟି ଉପରେ ଚଢ଼ିଗଲା। ପୋଲିସ ଏନେଇ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କ ପାଇଁ ଖୋଜା ଚାଲିଛି। ପୋଲିସ ଏହି ମାମଲାରେ ଅଧିକ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking