ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ନେଇ କ୍ରାଇମବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର ବଡ ଖୁଲାସା କରିଛନ୍ତି । ଦଲାଲ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୩ ଗିରଫ ହୋଇଛନ୍ତି । ସୁକାନ୍ତ ମହାପଣା, ସୌମ୍ୟା ପ୍ରିୟଦର୍ଶିନୀ ଓ ଅଭିମନ୍ୟୁ ଦୋରା ଗିରଫ ହୋଇଛନ୍ତି । ସୌମ୍ୟା ପ୍ରିୟଦର୍ଶିନୀ ପରୀକ୍ଷାର୍ଥୀ ଯୋଗାଡ କରୁଥିଲେ । ସହେଯାଗୀ ଭାବେ କାମ କରି ପ୍ରମାଣ ନଷ୍ଟ କରୁଥିଲା ସୌମ୍ୟା ପ୍ରିୟଦର୍ଶନୀ । ଦୀଘା ଓ ହାଇଦ୍ରାବାଦରେ ମଡ୍ୟୁଲର ହେଉଥିଲା ସମସ୍ତ ସ୍କାମ ପ୍ଲାନ । ଦୀଘା ମଡ୍ୟୁଲର ନେତୃତ୍ୟ ନେଇଥିଲା ପୂର୍ବରୁ ଗିରଫ ଅରବିନ୍ଦ ଦାସ । ଅରବିନ୍ଦ ଦାସଙ୍କ ଘର ବାଲେଶ୍ୱର ଓ ସୌମ୍ୟା ଘର ଢେଙ୍କାନାଳ । ଦିଲ୍ଲୀରେ ରହି ସବୁ ପରିଚାଳନା କରୁଥିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । କେଳେଙ୍କାରୀର ମୁଖ୍ୟ ଶଙ୍କର ପୃଷ୍ଟିକୁ ରିପୋର୍ଟ କରୁଥିଲା ମୁନା ମହାନ୍ତି । ପ୍ରଥମେ ମିନା ମହାନ୍ତିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ । କାହା ପାଖରେ କିଛି ସୂଚନା ଥିଲେ ଜଣାଇବାକୁ କ୍ରାଇମବ୍ରାଞ୍ଚ ଡିଜି ଅପିଲ କରିଛନ୍ତି । ଶଙ୍କର ପୃଷ୍ଟିକୁ ଶୀଘ୍ର ଗିରଫ କରାଯିବ କହିଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।










