23.1 C
Bhubaneswar
Sunday, February 15, 2026
Homeଓଡିଶାହାଇଦ୍ରାବାଦରେ ଓଡିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ହାଇଦ୍ରାବାଦରେ ଓଡିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ହାଇଦ୍ରାବାଦ:ଓଡିଶାର ମହିଳାଙ୍କୁ ହାଇଦ୍ରାବାଦରେ ଦୁଷ୍କର୍ମ ପରେ ହତ୍ୟା କରିଥିବା ନେଇ ଅଭିଯୋଗ ଆସିଛି।ହାଇଦ୍ରାବାଗର ପେଟାବସିରାବାଦ କୁମୁପାଲ୍ଲୀ ଅଞ୍ଚଳରୁ ଆସିଛି ସାଙ୍ଘାତିକ ଅଭିଯୋଗ । ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ଭରତପୁର ଅଞ୍ଚଳରେ ରହୁଥିବା ଯୁବତୀ  ଖୋର୍ଦ୍ଧା ଅଞ୍ଚଳରେ ବିବାହ କରିଥିଲେ । ସ୍ୱାମୀ ଏବଂ ୪ ବର୍ଷର ପୁଅ ସହିତ କୁମୁପାଲ୍ଲୀ ଅଞ୍ଚଳରେ ସେ ରହୁଥିଲେ। ସ୍ୱାମୀ ଏକ କମ୍ପାନୀରେ ଇଲୋକ୍ଟ୍ରୋନିକ୍ସ ରକ୍ଷଣାବେକ୍ଷଣ ବିଭାଗରେ କାମ କରୁଥିଲେ । ଛଅ ମାସ ପୂର୍ବେ ପତ୍ନୀ ଏବଂ ପୁଅ ମଧ୍ୟ ସେଠାକୁ ଯାଇଥିଲେ। ପତ୍ନୀ ସେହି କମ୍ପାନୀରେ କାମ କରୁଥିବା ଶ୍ରମିକଙ୍କ ପିଲାମାନଙ୍କୁ ପଢାଇବା ସହିତ କମ୍ପାନୀ ପରିସରରେ ଥିବା  କ୍ୱାର୍ଟରରେ ପୁରା ପରିବାର ରହୁଥିଲେ । କିଛି ଦିନ ତଳେ ସ୍ୱାମୀଙ୍କର ଦୁବାଇରେ ଏକ କମ୍ପାନୀରେ ଚାକିରି ହୋଇଯାଇଥିଲା।ହେଲେ ପାସପୋର୍ଟରେ ତ୍ରୁଟି  ଥିବାରୁ ଏହାକୁ  ସୁଧାରିବା ପାଇଁ ଗତ ଶନିବାର ସେ ଭୁବନେଶ୍ୱର ଆସିଥିଲେ। ହେଲେ ଗତକାଲି ରାତିରେ କମ୍ପାନୀ କର୍ମଚାରୀ ତାଙ୍କୁ ଫୋନ କରି  ପତ୍ନୀ ଅସୁସ୍ଥ ଥିବା ଜଣାଇଥିଲେ। ସ୍ୱାମୀ ଅନ୍ୟ କୌଣସି ଉପାୟ ନପାଇ ଗତକାଲି ହାଇଦ୍ରାବାଦ ଚାଲିଯାଇଥିଲେ। ସେଠାରେ ପହଞ୍ଚଲା ବେଳକୁ ପତ୍ନୀଙ୍କ ସହିତ ଏଭଳି ଘଟଣା ଘଟିଥିବା ସେ ଜାଣିବାକୁ ପାଇଛନ୍ତି।ମୃତକଙ୍କ ପରିବାରଲୋକେ ହାଇଦ୍ରାବାଦରେ ମାମଲା ରୁଜୁ କରିବା ସହିତ  ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ବି ନିବେଦନ କରିଛନ୍ତି । ଘଟଣାର ସତ୍ୟାସତ୍ୟ ଜାଣିବା ସହିତ  ଏଥିରେ କିଏ ସାମିଲ ତାକୁ ଖୋଜି ସେମାନେ ବାହାର କରିବା ପାଇଁ ଦାବି କରିଛନ୍ତି । ହେଲେ ଏହି ଘଟମାରେ କିଏ ସଂପୃକ୍ତ କେମିତି ଏତେ ବଡ ଘଟଣା ଘଟିଲା ତାକୁ ନେଇ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking