ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ଶରଧାପାଲି ଗାଁରେ ନିଜ କ୍ଷେତରେ କାମ କରୁଥିବା ବେଳେ ଘନଶ୍ୟାମ ବେଶନ ନାମକ ଯୁବକଙ୍କୁ ହାତୀ ଆକ୍ରମଣ କରିଥିଲା । ଏହା ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସୁନ୍ଦରଗଡ ମେଡିକାଲ ଓ ତାପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଏହି ଅଞ୍ଚଳରେ ଗୋଟିଏ ମାସରୁ ଅଧିକ ହୋଇଯିବ ଦନ୍ତାଟି ରହି ଚାଷବାଷ ନଷ୍ଟ କରିବା ସହ ଏବେ ମଣିଷଙ୍କୁ ବି ଆକ୍ରମଣ କରିବାରେ ଲାଗିଛି । ଏଥିରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।










