24.1 C
Bhubaneswar
Tuesday, February 10, 2026
Homeଓଡିଶା୧୮ରୁ ଖୋଲିବ ପ୍ରକୃତିସୁନ୍ଦରୀ ଶିମିଳିପାଳ ଅଭୟାରଣ୍ୟ

୧୮ରୁ ଖୋଲିବ ପ୍ରକୃତିସୁନ୍ଦରୀ ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ବାରିପଦା ଆସନ୍ତା ଅକ୍ଟୋବର ୧୮ରୁ ଖୋଲିବ ପ୍ରକୃତିସୁନ୍ଦରୀ ଶିମିଳିପାଳ ଅଭୟାରଣ୍ୟ । ଜୈବ ବିବିଧତାରେ ଭରା ଶିମିଳିପାଳରେ ପର୍ଯ୍ୟଟନ ର ନୂତନ ଅନୁଭୂତି ଯୋଗାଇ ଦେବାକୁ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଶିମିଳିପାଳକୁ ଦୈନିକ ସର୍ବାଧିକ ୬୦ଟି ଚାରିଚକିଆ ଯାନକୁ ପ୍ରବେଶ ଅନୁମତି ଦିଆଯାଇଛି । ଯଶିପୁର ଏବଂ କାଳିକାପ୍ରସାଦ ପାଶ୍ୱର୍ରୁ ୩୫ଟି ଏବଂ ବାରିପଦା ପିଠାବଟା ତନଖି ଫାଟକ ଦେଇ ୨୫ଟି ଚାରିଚକିଆ ଯାନକୁ ଅନୁମତି ମିଳିବ।ପିଠାବଟା ତନଖି ଫାଟକରୁ ପୂର୍ବାହ୍ନ ୮ଟାରୁ ୯ଟା ମଧ୍ୟରେ ଏବଂ ଯଶିପୁର ଗେଟ୍‌ ଦେଇ ସକାଳ ୫ଟାରୁ ୯ଟା ମଧ୍ୟରେ ପ୍ରବେଶ କରିବେ । ସନ୍ଧ୍ୟା ୬ଟା ସୁଦ୍ଧା ପର‌୍ୟ୍ୟଟକଙ୍କୁ ଫେରିବାକୁ ପଡ଼ିବ । ପ୍ରବେଶ ଅନୁମତି ପତ୍ର କେବଳ ୱେବସାଇଟ ମାଧ୍ୟମରେ ପାଇପାରିବେ ।

ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ସମୟରେ ପ୍ରତ୍ୟେକ ଯାନ ସହିତ ଜଣେ ଗାଇଡ୍‌ ନେବା ବାଧ୍ୟତାମୂଳକ କରାଯାଇଛି । ନିୟମାବଳୀ ଉଲ୍ଲଂଘନ କଲେ ଆଇନ୍‌ ଅନୁଯାୟୀ ଦଣ୍ଡିତ ହେବେ ବୋଲି ନିର୍ଦ୍ଦେଶାବଳୀ ଜାରି ହୋଇଛି । ଏଥିସହ ସ୍ଥାନୀୟ ଇକୋ ଡେଭଲପ୍‌ମେଣ୍ଟ କମିଟି ଦ୍ୱାରା ପରିଚାଳିତ ଖୋଲା ଜିପ୍‌ ୱାଇଲ୍ଡ ଲାଇଫ୍‌ ସଫାରୀ ଗାଡି ବ୍ୟବହାର ନିମନ୍ତେ ପର‌୍ୟ୍ୟଟକଙ୍କୁ ୱେବସାଇଟ୍‌ ମାଧ୍ୟମରେ ଆଗୁଆ ସଂରକ୍ଷଣ କରିବାକୁ ପଡ଼ିବ । ପ୍ରଥମ ୱାଇଲ୍ଡ ଲାଇଫ୍‌ ସଫାରି ସକାଳ ସାଢେ ୫ରୁ ଆରମ୍ଭ ହୋଇ ପାଞ୍ଚ ଘଣ୍ଟା ମଧ୍ୟରେ ଶେଷ ହେବ । ସେହିପରି ଦ୍ୱିତୀୟ ୱାଇଲ୍ଡ ଲାଇଫ୍‌ ସଫାରି ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ଚାରି ଘଣ୍ଟା ମଧ୍ୟରେ ଶେଷ ହେବ ବୋଲି ନିଷ୍ପତ୍ତି ହୋଇଛି । ଯାତ୍ରୀନିବାସ ରାତ୍ରିଯାପନ ନିମନ୍ତେ ପର‌୍ୟ୍ୟଟକଙ୍କୁ ଅଗ୍ରୀମ ଆରକ୍ଷଣ କରିବାକୁ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking