27.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶଆଇପିଏସ୍ ପୁରନଙ୍କ ଆତ୍ମହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ

ଆଇପିଏସ୍ ପୁରନଙ୍କ ଆତ୍ମହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ

ହରିୟାଣା: ହରିୟାଣାର ଆଇପିଏସ୍ ଆଧିକାରୀ ୱାଇ ପୁରନ କୁମାରଙ୍କ ଆତ୍ମହତ୍ୟା ମାମଲାରେ ସାମ୍ନାକୁ ଆସିଲା ନୂଆ ଟ୍ୱିଷ୍ଟ। ଆଇପିଏସ୍ ଅଧିକାରୀଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିବା ଜଣେ ଅଧିକାରୀ ଆତ୍ମହତ୍ୟା କରିଥିବା ନେଇ ନୂଆ ଅପଡେଟ୍ ସାମ୍ନାକୁ ଆସିଛି। ଅଧିକାରୀ ଜଣକ ରୋହତକରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ରିପୋର୍ଟ ଅନୁସାରେ, ମୃତକଙ୍କ ନାମ ସନ୍ଦୀପ ଲାଥର। ଫାର୍ମର ଏକ କୋଠରୀରେ ପୋଲିସ ଅଧିକାରୀ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍ ଏବଂ ଏକ ପିସ୍ତଲ ଜବତ କରାଯାଇଛି। ସେ ବର୍ତ୍ତମାନ ସାଇବର ସେଲରେ ଡ୍ୟୁଟିରେ ଥିଲେ।

ତାଙ୍କ ମୃତଦେହ ଲାଧାଉତ ଗାଁର କ୍ଷେତରୁ ମିଳିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୱାଇ. ପୁରନ କୁମାର ମାମଲା ସମ୍ପର୍କରେ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଅକ୍ଟୋବର ୧୧ ତାରିଖରେ ରୋହତକ ମଧ୍ୟ ଗସ୍ତ କରିଥିଲା। ଏହି ମାମଲାରେ ମୃତକଙ୍କ କଣ ସମ୍ପର୍କ ରହିଛି ସେ ବିଷୟରେ ସୂଚନା ସଂଗ୍ରହ କରାଯାଉଛି। ସନ୍ଦୀପ ଲାଥର ଆଇପିଏସ୍ ୱାଇ.ପୁରନଙ୍କ ସହିତ ପୋଷ୍ଟିଂ ହୋଇଥିବା ସୁଶୀଲ କୁମାରଙ୍କୁ ଗିରଫ କରିଥିଲେ ଏବଂ ଅଧିକ ତଦନ୍ତ କରୁଥିଲେ। ଏହି ସମୟରେ, ଆଇପିଏସ୍ ଅଧିକାରୀଙ୍କ ଆଇଏଏସ୍ ପତ୍ନୀ ଅଭିଯୋଗ କରିଛନ୍ତି ଯେ ରୋହତକ ଦୁର୍ନୀତି ମାମଲାରେ ପୁରନ କୁମାରଙ୍କୁ ଫସାଇବା ପାଇଁ ଏକ ଷଡ଼ଯନ୍ତ୍ର ରଚନା କରାଯାଇଥିଲା।

ସେହି ଷଡ଼ଯନ୍ତ୍ରର ଅଂଶ ସ୍ୱରୂପ, ସୁଶୀଲ କୁମାରଙ୍କୁ ଜଣେ ମଦ ବ୍ୟବସାୟୀଙ୍କଠାରୁ ମାସିକ ଲାଞ୍ଚ ଗ୍ରହଣ କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ଆତ୍ମହତ୍ୟା କରିବା ପୂର୍ବରୁ ସନ୍ଦୀପ ଲାଥର ପୁରନ କୁମାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ, ଯାହା ତଦନ୍ତ ସମୟରେ ପ୍ରକାଶ ପାଇଥିଲା। ସନ୍ଦୀପ କୁମାର ଲାଥରଙ୍କ ଆତ୍ମହତ୍ୟା ନୋଟ୍ ଏବଂ ଏକ ୬ ମିନିଟର ଶେଷ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking