କଟକ: କଦଳୀ ବୋଝେଇ ଗାଡିରେ ଗଞ୍ଜେଇ ଚାଲାଣ । ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ କଦଳୀ ବୋଝେଇ ପିକ ଅପ ଭ୍ୟାନରୁ ଗଞ୍ଜେଇ ଜବତ କରିବା ସହ ଚାଳକକୁ ଗିରଫ କରିଛି । ବ୍ୟବସାୟିକ ଉଦ୍ଦେଶ୍ୟରେ କନ୍ଧମାଳରୁ ପିକ୍ ଅପ୍ ଭ୍ୟାନଟି ବାହାରି ଭୁବନେଶ୍ବର ଯାଉଥିଲା । ଖବର ପାଇ ଜଣେ ଯୁବକ ସହ ପିକ୍ଅପ୍ ଭ୍ୟାନକୁ ଭଞ୍ଜନଗର ଅବକାରୀ ବିଭାଗ ଜବତ କରିଛି । ଗିରଫ ଯୁବକ ଜଣକ ହେଲେ କଟକ ଜିଲ୍ଲା ମାଣିଆବନ୍ଧ ଥାନା ଅଧୀନରେ ଥିବା କଙ୍କଡାଯୋଡି ଗାଁର ସୁବ୍ରତ ପ୍ରଧାନ । ଭଞ୍ଜନଗର ବ୍ଲକ ଗୋଲାପଡା ଛକରେ ଗାଡିଟିକୁ ଅବକାରୀ ବିଭାଗ ଅଟକାଇ ତଲାସୀ କରିବା ପରେ ଗାଡ଼ିରେ ପ୍ରାୟ ୩୦ଟି କଦଳୀ କାନ୍ଦି ତଳେ ୪ଟି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା । ଆନୁମାନିକ ଏକ କ୍ବିଂଟାଲ ଗଞ୍ଜେଇ ଥିବା ଜଣାପଡ଼ିଥିଲା । ଏହାକୁ ନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।










