18.1 C
Bhubaneswar
Saturday, December 6, 2025
Homeଓଡିଶାକାଲିଠୁ ଆରମ୍ଭ ହେବ ବିଜେଡିର ପଦଯାତ୍ରା

କାଲିଠୁ ଆରମ୍ଭ ହେବ ବିଜେଡିର ପଦଯାତ୍ରା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ବିଧିବଦ୍ଧ ଭାବେ ବିଜେଡିର ପଦଯାତ୍ରା ଆରମ୍ଭ ହେବ । ପ୍ରତିବର୍ଷ ପରି ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ଏହା ଆରମ୍ଭ ହୋଇଛି । ଆସନ୍ତାକାଲି ଗୋପବନ୍ଧୁ ଜୟନ୍ତୀରୁ ଘର ଘର ବୁଲି ବିଜେପି ସରକାରଙ୍କ ବିଫଳତା ଓ ନବୀନ ପଟ୍ଟନାୟକ ସରକାର ସମୟର ସଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବ ବିଜୁ ଜନତା ଦଳ । ଏହି ପରିପ୍ରେକ୍ଷୀରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ପୁରୀ ଜିଲ୍ଲା ସୁଆଣ୍ଡୋରୁ ପଦଯାତ୍ରା ଶୁଭାରମ୍ଭ କରିବ ବିଜେଡି । ସେହିପରି ଏକାମ୍ର ଭୁବନେଶ୍ୱରରେ ଡୁମୁଡୁମାରୁ ପଦଯାତ୍ରା କରି ଜନସମ୍ପର୍କ ସୃଷ୍ଟି କରିବେ ବିଜେଡି ନେତା ଓ କର୍ମୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking