ଝାରସୁଗୁଡା: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସଭା ସ୍ଥଳରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଭିଭାଷଣରେ କହିଲେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଆମ ପାଇଁ ଗୌରବର ବିଷୟ । ଏହି ସେବା ପର୍ବ ୫୦ ବର୍ଷ ହେଲା ଦେଶପାଇଁ ସମର୍ପଣ ଭାବ । ପହେଲଗାମ ପରବର୍ତ୍ତୀ ଅପରେସନରେ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ । ମା ପାଇଁ ଗଛଟିଏ ଆହ୍ୱାନରେ ଓଡିଶାବାସୀ ସାମିଲ ହୋଇଛନ୍ତି । ଲକ୍ଷ୍ୟ ୭୫ ଗଛ ଲଗାଇବା ଥିଲା, ଦିନକରେ ଦେଢ କୋଟି ଲଗାଇଲୁ । ଜିଏସଟି ସଂସ୍କାର ଓଡିଶା ପାଇଁ ପୂଜା ଭେଟି ସଦୃଶ ହୋଇଛି । ଆପଣଙ୍କ ନେତୃତ୍ୱରେ ୧୧ ବର୍ଷର ଶାସନରେ ଦେଶ ଶିଖରରେ ପହଞ୍ଚିଛି । ୨୦୪୫ ସୁଦ୍ଧା ଭାରତକୁ ବିକଶିତ ଭାରତ କରିବା ଆହ୍ୱାନ ସହ ସାମିଲ ହୋଇଛୁ ।









